ପ୍ରେମ କରିବା ପାଇଁ ସ୍କୁଲ୍‌ ଦେଉଛି ‘ଲଭ୍‌ ଲିଭ୍‌’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ପ୍ରେମ କରିବା ପାଇଁ ସ୍କୁଲ୍‌ ଦେଉଛି ‘ଲଭ୍‌ ଲିଭ୍‌’!

ନୂଆଦିଲ୍ଲୀ: ପ୍ରେମ କରିବା ପାଇଁ ମିଳୁଛି ଛୁଟି, ତା’ ପୁଣି ଶିକ୍ଷାନୁଷ୍ଠାନରୁ। ଆପଣଙ୍କୁ ହସ ଲାଗିପାରେ, କିନ୍ତୁ କଥାଟି ସତ।

ବ୍ୟସ୍ତବହୁଳ ଜୀବନରେ ସମୟ ଅଭାବ ଯୋଗୁ ପ୍ରେମୀଯୁଗଳଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ୟାକୁ କମାଇବା ଲାଗି ଏପରି ସମାଧାନର ଏକ ମଜାଦାର ଉପାୟ ଖୋଜି ବାହାର କରିଛି ଚୀନ୍‌ର ଏକ ସ୍କୁଲ୍‌। ଏହି ସ୍କୁଲ୍‌ ନିଜ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ‘ଲଭ୍‌ ଲିଭ୍’ ଦେବା ଆରମ୍ଭ କରିଛି, ଯାହାଦ୍ୱାରା ସେମାନେ ନିଜ ମନର ମଣିଷଙ୍କ ସହ କିଛି ବିଶେଷ ମୁହୂର୍ତ୍ତ ବିତାଇ ପାରିବେ।

ଏହି ସ୍କୁଲଟି ହେଉଛି, ଚୀନ୍‌ର ଜେଜାଙ୍ଗ ସହରରେ ଥିବା ଏକ ମିଡିଲ୍‌ ସ୍କୁଲ।  ସ୍କୁଲ୍‌ର ନାଁ ହେଉଛି ‘Dinglan Experimental Middle School’। ଏଠାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରତି ମାସରେ ଦୁଇଟି ହାଫ୍‌ ଡେ’  ଦିଆଯାଉଛି। ଏହି ୨ଟି ହାଫ୍ ଡେ’ର ନାଁ ‘ଲଭ୍ ଲିଭ୍’ ଦିଆଯାଇଛି। ଏହି ଛୁଟି ଦେବା ବିଧି ଚଳିତ ବର୍ଷ ଜାନୁଆରୀ ୧୫ରୁ କାର୍ଯ୍ୟକାରୀ ହୋଇଛି। ଏହି ଲିଭ୍ ବିଶେଷ କରି ଅବିବାହିତମାନଙ୍କ ପାଇଁ ରହିଛି। ତେବେ ବିବାହିତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ  ପାଇଁ ମଧ୍ୟ ସ୍କୁଲ୍‌ ‘ଫ୍ୟାମିଲି ଲିଭ୍’ ଦେଉଛି।



from Odisha Reporter http://bit.ly/2AWKb6E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages