ଟସ୍‌ ଜିତି ଭାରତର ବ୍ୟାଟିଂ, ଅର୍ଦ୍ଧ ଶତକ ହାସଲ କଲେ ମୟଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ଟସ୍‌ ଜିତି ଭାରତର ବ୍ୟାଟିଂ, ଅର୍ଦ୍ଧ ଶତକ ହାସଲ କଲେ ମୟଙ୍କ

ସିଡ୍‌ନୀ: ସିଡ୍‌ନୀଠାରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍‌ର ଅନ୍ତିମ ତଥା ଅଷ୍ଟ୍ରେଲିଆ ପାଇଁ କର ବା ମର ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭାରତ ୨-୧ରେ ଆଗୁଆ ଥିବାରୁ ଏହି ମ୍ୟାଚ୍‌ରେ ବିଜୟ ଜିତିଲେ ମଧ୍ୟ ଭାରତକୁ ଫାଇଦା ହେବ ଏବଂ ମ୍ୟାଚ୍‌ ଅମୀମାଂସିତ ରହିଲେ ମଧ୍ୟ ଭାରତ ସିରିଜ୍‌ ବିଜୟ ହାସଲ କରିବ।


ଅଷ୍ଟ୍ରେଲିଆ ସିରିଜ୍‌ ଡ୍ର କରିବା ଉଦ୍ଦେଶ୍ୟରେ ବିଜୟ ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଥିବାବେଳେ ବିରାଟ ବାହିନୀ ମ୍ୟାଚ୍‌ ବଞ୍ଚାଇବାକୁ ଅଧିକ ପ୍ରୟାସ କରିବାର ସମ୍ଭାବନା ରହିଛି। ସବୁ କିଛି ଠିକ୍‌ରେ ଚାଲିଲେ ଏହି ସିରିଜ୍‌ ହେବ ଭାରତ ପାଇଁ ଆଉ ଏକ ଐତିହାସିକ ସିରିଜ୍‌।

ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ବଦଳରେ ସୁଯୋଗ ପାଇଥିବା କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଓପ୍‌ନିଂରୁ ଭାରତ ଇନିଂସ୍‌ ଆରମ୍ଭ କରିଥିଲା। କିନ୍ତୁ ରାହୁଲ ପୁଣିଥରେ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ନିରାଶ କରିଛନ୍ତି। ସେ ମାତ୍ର ୯ ରନ୍‌ କରି ବିଦାୟ ନେଥିଲେ। ଏହା ପରେ ଚେତେଶ୍ୱର ପୂଜାରା ଇନିଂସ୍‌ ସମ୍ଭାଳିଥିଲେ। ମଧ୍ୟାହ୍ଣ ଭୋଜନ ବିରତି ପୂର୍ବରୁ ଭାରତ ୫୦ ରନ୍‌ ଛୁଇଁ ସାରିଥିଲା ଏବଂ ବିରତି ବେଳକୁ ଦଳର ସ୍କୋର ଗୋଟିଏ ୱିକେଟ୍‌ ହରାଇ ୬୯ ରନ୍‌ ରହିଥିଲା।

ନିଜ ପ୍ରଦାର୍ପଣ ମ୍ୟାଚ୍‌ର ଦୁଇ ଇନିଂସ୍‌ରେ ଯଥାକ୍ରମେ ୭୬ ଓ ୪୨ ରନ୍‌ ହାସଲ କରିଥିବା ମୟଙ୍କ ଅଗ୍ରୱାଲ୍‌ ନିଜ ଟେଷ୍ଟ କ୍ୟାରିଅରର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଶେଷ ଖବର ସୁଦ୍ଧା ଦଳୀୟ ସ୍କୋର ୧୧୩ ରନ୍‌ରେ ପହଞ୍ଚିଥିବାବେଳେ ମୟଙ୍କ ୭୦ ରନ୍‌ କରି ଅପରାଜିତ ଅଛନ୍ତି। ସେ ଅର୍ଦ୍ଧଶତକ ହାସଲ କରିବାପାଇଁ ୯୬ଟି ବଲ୍‌ ଖେଳିଥିଲେ। ତାଙ୍କର ଏହି ଇନିଂସ୍ରେ ୭ଟି ଚୌକା ସାମିଲ ରହିଛି। ତାଙ୍କ ସହିତ ପୂଜାରା ଶେଷ ଖବର ସୁଦ୍ଧା ୨୭ ରନ୍‌ କରି ଅପରାଜିତ ଅଛନ୍ତି।

ଭାରତ ଏହି ମ୍ୟାଚ୍‌ରେ ଦୁଇ ଦ୍ରୁତ ବୋଲର ଏବଂ ଦୁଇ ସ୍ପିନରଙ୍କୁ ନେଇ ଖେଳୁଥିବାରୁ କୁଲଦୀପ ଯାଦବ ସୁଯୋଗ ପାଇଛନ୍ତି।



from Odisha Reporter http://bit.ly/2Av3VxR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages