ଭୁବନେଶ୍ୱରକୁ ୨ଟି ପୁଲିସ ଜିଲ୍ଲା କରିବାକୁ ଡିଜିପିଙ୍କ ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଭୁବନେଶ୍ୱରକୁ ୨ଟି ପୁଲିସ ଜିଲ୍ଲା କରିବାକୁ ଡିଜିପିଙ୍କ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଭୁବନେଶ୍ୱରର କାୟା ବୃଦ୍ଧି ହେଉଛି। ସେହି ହାରରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ୁଛି। ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଭୁବନେଶ୍ୱରକୁ ୨ଟି ଅର୍ବାନ ପୁଲିସ ଜିଲ୍ଲା କରିବାକୁ ପଡ଼ିବ। ଆଜି ଏପରି ପ୍ରସ୍ତାବ ଦେଇଛନ୍ତି ପୁଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଏକାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ଭୁବନେଶ୍ୱର ଓଏସ୍ଏପି ସପ୍ତମ ବାଟାଲିୟନ ପରିସରରେ କମିଶନରେଟ ପୁଲିସର ସେରେମୋନିଆଲ ପରେଡ୍‌ ହୋଇଥିଲା। ଏଥିରେ ପୁଲିସ ଡିଜି ଡକ୍ଟର ଶର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଉତ୍ସବରେ ଉଦ୍‌ବୋଧନ ଦେଇ ଡିଜିପି ଅପରାଧିକ କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।

ସେହପରି ଚଳିତ ବର୍ଷ ଭୁବନେଶ୍ୱରରେ ଥିବା ବସ୍ତିଗୁଡ଼ିକ କମିଶନରେଟ୍ ପୁଲିସର ଫୋକସରେ ରହିବ ବୋଲି ମତ ଦେଇଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ପୁଲିସ ଡିଜି।



from Odisha Reporter http://bit.ly/2H1WiEQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages