ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!

rape1

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ରାଉରକେଲା ରେଳବାଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ରାଉରକେଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଗଣଦୁର୍ଷ୍କମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ଏହି ଛାତ୍ରୀଙ୍କ ଘର ଝାରସୁଗୁଡ଼ାରେ। ଡିସେମ୍ବର ୩୧ ତାରିଖ ଦିନ କଲେଜ ଛୁଟି ହେବା ପରେ ସେ ଘରକୁ ଯିବା ପାଇଁ ରାଉରକେଲା ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସେତିକି ବେଳେ ଷ୍ଟେସନ୍‌ରେ ତାଙ୍କ ଭାଇଙ୍କର ଜଣେ ସାଙ୍ଗଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ସେହି ଯୁବକ ଜଣଙ୍କ ଗୋଟିଏ ଟ୍ରେନ୍‌କୁ ଦେଖାଇ, ତାହା ଝାରସୁଗୁଡ଼ା ଯିବ ବୋଲି କହିଥିଲେ।

ଏହା ପରେ ସେ ସେହି ଯୁବକ (ତାଙ୍କ ଭାଇଙ୍କ ସାଙ୍ଗ)ଙ୍କ ସହ ସେହି ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତେବେ ଟ୍ରେନ୍‌ଟି ଝାରସୁଗୁଡ଼ା ରୁଟ୍‌ରେ ନଯାଇ ଅନ୍ୟ ରୁଟ୍‌ ଧରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଦ୍ୱନ୍ଦ୍ୱରେ ପଡ଼ିଯିବାରୁ ଯୁବକ ଜଣଙ୍କ ତାଙ୍କୁ ବୁଝାଇ ଦେଇଥିଲେ ଯେ ଟ୍ରେନ୍‌ଟି ବୁଲିକି ଝାରସୁଗୁଡ଼ା ଯିବ। ତେବେ ସେହି ଟ୍ରେନ୍‌ ଝାରସୁଗୁଡ଼ା ଯାଇ ନଥିଲା।

ଝାଡ଼ଖଣ୍ଡର ଲୋଟା ପାହାଡ଼ ଷ୍ଟେସନ୍‌ରେ ଓହ୍ଲାଇ ବସ୍‌ ଯୋଗେ ଝାରସୁଗୁଡ଼ା ଚାଲି ଯିବାକୁ ଯୁବକ ଜଣଙ୍କ ତାଙ୍କୁ କହିଥିଲେ। ଲୋଟା ପାହାଡ଼ ଷ୍ଟେସନ୍‌ରେ ଓହ୍ଲାଇବା ପରେ ଯୁବକ ଜଣଙ୍କ ତାଙ୍କୁ ଏକ ଘରକୁ ନେଇ ଯାଇଥିଲେ। ପରେ ସେଠାରେ ତାଙ୍କର ୫ ଜଣ ସାଙ୍ଗ ପହଞ୍ଚିଥିଲେ। ଦୁଇ ଦିନ ଧରି ସେମାନେ ତାଙ୍କୁ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଜାନୁଆରୀ ୧ ତାରିଖ ଦିନ ସେମାନେ ତାଙ୍କୁ ଛାଡ଼ି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଚକ୍ରଧରପୁର ଥାନାରେ ଅଭିଯୋଗ କଲା ପରେ ସେମାନେ ତାଙ୍କୁ ରାଉରକେଲା ପଠାଇ ଦେଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଜିଆର୍‌ପି ମାମଲା ରୁଜୁ କରିଛି ଓ ତଦନ୍ତ କରୁଛି।



from Odisha Reporter http://bit.ly/2VATguG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages