ବୟସ୍କମାନେ ବି ଏହି ସବୁ କାମ ପାଇଁ ବ୍ୟବହାର କରି ପାରିବେ ‘ବେବି ପାଉଡର୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ବୟସ୍କମାନେ ବି ଏହି ସବୁ କାମ ପାଇଁ ବ୍ୟବହାର କରି ପାରିବେ ‘ବେବି ପାଉଡର୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର୍‌ ପ୍ରାୟ ସମସ୍ତେ ବ୍ୟବହାର କରିଥା’ନ୍ତି। ଶିଶୁଙ୍କ ସ୍କିନ୍‌ ଖୁବ୍‌ କୋମଳ ଥିବାରୁ ଇଆଡୁ ସିଆଡୁ ପାଉଡର୍‌ ବଦଳରେ ‘ବେବି ପାଉଡର୍‌’ ବ୍ୟବହାର ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି। ତେବେ ‘ବେବି ପାଉଡର୍‌’କୁ କେବଳ ଶିଶୁଙ୍କ ପାଇଁ ନୁହେଁ, ବୟସ୍କମାନେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିଜେ ବ୍ୟବହାର ମଧ୍ୟ କରିପାରିବେ।

ଏବେ ଆସନ୍ତୁ ଜାଣିବା, ବୟସ୍କମାନେ ଅନ୍ୟ କେଉଁ ସବୁ କାମ ପାଇଁ ‘ବେବି ପାଉଡର୍‌’ ବ୍ୟବହାର କରିପାରିବେ।

୧. ଯଦି ଆପଣଙ୍କ କେଶ ଅଧିକ ତେଲିଆ ଲାଗି ଚିପ୍‌ଚିପ୍‌ କରୁଛି ଓ ଏହାକୁ ଶାମ୍ପୁ କରିବା ପାଇଁ ଆପଣଙ୍କ ସମୟ ନାହିଁ, ତେବେ କେଶରେ କିଛି ବେବି ପାଉଡର୍‌ ଛିଞ୍ଚି ଦିଅନ୍ତୁ କିମ୍ବା ପାନିଆରେ କିଛି ବେବି ପାଉଡର୍‌ ଲଗାଇ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଏହାଦ୍ୱାରା କେଶରୁ ଚିପ୍‌ଚିପ୍‌ ଦୂର ହୋଇଯିବ। ଶାମ୍ପୁ କରିବା ପରେ ଆପଣଙ୍କ କେଶ ସିଲ୍କି ଓ ସାଇନି ଦେଖାଯିବ।

୨. ଆଖି କଜଳ କିମ୍ବା ପତାରେ ମସ୍କରା ଲଗାଇ ସାରିବା ପରେ ତା’ର ଆଖପାଖ ଅଂଶରେ କିଛି ବେବି ପାଉଡର୍‌ ମାଲିସ୍ କରି ଦିଅନ୍ତୁ। ଏଭଳି କଲେ, ମସ୍କରା ଆଉ ଆଖିସାରା ବୋଳି ହୋଇଯିବାର ଆଶଙ୍କା ରହିବ ନାହିଁ।

୩. ଆପଣ ଯଦି ଓଠକୁ ‘ମ୍ୟାଟ୍‌ ଲୁକ୍‌’ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାଖରେ ମ୍ୟାଟ୍‌ ବଦଳରେ କେବଳ ଗ୍ଲସି ଲିପ୍‌ଷ୍ଟିକ ଅଛି, ତେବେ ବି ଚିନ୍ତା କରନ୍ତୁ ନାହିଁ। ଓଠରେ ଗ୍ଲସି ଲିପ୍‌ଷ୍ଟିକ୍‌ ଲଗାଇବା ପରେ ଏହା ଉପରେ ଟିକେ ବେବି ପାଉଡର୍‌ ଥାଫି ଥାପି ଲଗାନ୍ତୁ। ଏହା ପରେ ଏକ ଟିସୁ ପେପର୍‌କୁ ଦୁଇ ଓଠ ମଝିରେ ରଖି ଚାପି ଦିଅନ୍ତୁ, ଦେଖିବେ ଆପଣଙ୍କ ଓଠକୁ ‘ମ୍ୟାଟ୍‌ ଲୁକ୍‌’ ମିଳିଯିବ।

୪.ଖରା ଦିନେ ଅନେକଙ୍କ ପାଦରୁ ଝାଳ ବାହାରି ଜୋତାରୁ ଦୁର୍ଗନ୍ଧ ଆସିଥାଏ। ଆପଣଙ୍କ କ୍ଷେତ୍ରରେ ଯଦି ଏମିତି କିଛି ହେଉଛି, ତବେ କିଛି ବେବି ପାଉଡର୍‌ ଜୋତା ଭିତରେ ଛିଞ୍ଚି ଦିଅନ୍ତୁ। ଦେଖିବେ, କିଛି ସମୟପରେ ଆପଣଙ୍କ ଜୋତାରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ।

୫. ଅନେକ ସମୟରେ ଅସାବଧାନତା ଯୋଗୁ ଆପଣଙ୍କ ମନପସନ୍ଦର ଡ୍ରେସ୍‌ ବା ଅନ୍ୟ କପଡ଼ାରେ ତେଲ ପଡ଼ି ଦାଗ ହୋଇଯାଇଥାଏ। ଏହା ଦେଖିବାକୁ ଖରାପ ଲାଗିବା ସହ ଏଥିରୁ ତେଲିଆ ଗନ୍ଧ ମଧ୍ୟ ଆସିଥାଏ। କିଛି ବେବି ପାଉଡର୍‌ ନେଇ ତେଲ ପଡ଼ିଥିବା ସ୍ଥାନରେ ଲଗାଇ ଘସି ଦିଅନ୍ତୁ। ଏହାପରେ କପଡ଼ାକୁ ସଫା କରି ଦିଅନ୍ତୁ, ଦେଖିବା ତେଲ ଦାଗ ସମ୍ପୂର୍ଣ୍ଣ ଚାଲିଯିବ।

୬. ଅନେକ ସମୟରେ ଆମେ କିଛି ଗହଣା ଏକାଠି ରଖିଦେଲେ, ଏହା ପରସ୍ପର ସହ ଛନ୍ଦି ହୋଇଯା’ନ୍ତି। ଏଗୁଡ଼ିକୁ ଯେତେ ଖୋଲିବାକୁ ଚେଷ୍ଟା କଲେ ବି ଏ ସବୁ ଟଣା ଟଣି ହୋଇ ଆହୁରି ଗଣ୍ଠି ପଡ଼ିଯାଏ। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କର ଯଦି ଏଭଳି ସମସ୍ୟା ହେଉଛି, ତେବେ ଗଣ୍ଠି ପଡ଼ି ଯାଇଥିବା ଗହଣାରେ କିଛି ବେବି ପାଉଡର୍‌ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଛନ୍ଦି ହୋଇଥିବା ଗହଣା ଅତି ସହଜରେ ଖୋଲିଯିବ।

୭. ଖରାଦିନେ ଘରର ବିଭିନ୍ନ ଜାଗାରେ ପିମ୍ପୁଡ଼ି ଭର୍ତ୍ତି ହୋଇଯା’ନ୍ତି। ବିଛଣାରେ, ରୋଷେଇଘରେ ଓ ଅନେକ ଜାଗାରେ ପିମ୍ପୁଡ଼ି ହୋଇଥା’ନ୍ତି। ତେବେ ପିମ୍ପୁଡ଼ି ହେଉଥିବା ସ୍ଥାନରେ ଆପଣ ଯଦି କିଛି ବେବି ପାଉଡର୍‌ ଛିଞ୍ଚିଦେବେ, ତେବେ ଦେଖିବେ କିଛି ସମୟ ଭିତରେ ପିମ୍ପୁଡ଼ି ସବୁ କୁଆଡ଼େ ଗାଏବ ହୋଇଯିବେ।



from Odisha Reporter http://bit.ly/2S5d229

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages