କଙ୍ଗନାଙ୍କ ଟାର୍ଗେଟ୍‌ରେ ଦୀପିକା ଓ ଆଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

କଙ୍ଗନାଙ୍କ ଟାର୍ଗେଟ୍‌ରେ ଦୀପିକା ଓ ଆଲିଆ

ମୁମ୍ୱାଇ:ଆପଣ ସମସ୍ତଙ୍କୁ ଜଣାଥିବ ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଅନେକ ସଂଘର୍ଷ କରିବା ପରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। କୁଇନ୍‌ ଫିଲ୍ମରେ ତାଙ୍କ ଅଭିନୟର ଚର୍ଚ୍ଚା ସବୁଆଡେ ହୋଇଥିଲା। ଏହି ଫିଲ୍ମ ପରେ ପରେ ତାଙ୍କ କ୍ୟାରିୟର୍‌ ସଫଳତାର ପାହାଚକୁ ଛୁଇଁ ପାରିଥିଲା। ବର୍ତ୍ତମାନ କଙ୍ଗନାଙ୍କର ଅନେକ ଫ୍ୟାନ୍‌ ଫଲୋଅର୍‌ ରହିଛନ୍ତି। କିନ୍ତୁ ଏହା ପରେ ମଧ୍ୟ କଙ୍ଗନା କେବେ ହେଲେ ବଲିଉଡ୍‌ରେ ନିଜକୁ ଜଡ଼ିତ ଥିବା ଅନୁଭବ କରିପାରୁନାହାନ୍ତି। ସର୍ବଦା ଏହି କଥାକୁ ନେଇ କଙ୍ଗନା ଏପରି କିଛି ବୟାନ୍ ଦେଇଥାନ୍ତି। ଯେଉଁଥିରୁ ଜଣାପଡ଼ିଥାଏ, କଙ୍ଗନା ପୂରା ବଲିଉଡ୍‌ ଉପରେ ନିଜର ତିକ୍ତତା ପ୍ରକାଶ କରୁଛନ୍ତି।

ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କଙ୍ଗନା ଅନେକ ଅଭିନେତ୍ରୀଙ୍କ ସହିତ ନିଜର ପ୍ରତିଦ୍ୱନ୍ଦିତା କରିବା ନେଇ ବୟାନ୍‌ ଦେଇଛନ୍ତି।
କଙ୍ଗନା ଇଣ୍ଟରଭ୍ୟୁରେ କହିଛନ୍ତି, ସେ ତାଙ୍କର ସାଥୀ ଅଭିନେତ୍ରୀଙ୍କୁ ସର୍ବଦା ପ୍ରଶଂସା କରିଥାନ୍ତି। ମୁଁ କାହାକୁ ଭୟ କରେ ନାହିଁ। ଆପଣମାନେ ମଧ୍ୟ ଦେଖିଥିବେ, ଆଲିଆ ଭଟ୍ଟ ହୁଅନ୍ତୁ କିମ୍ୱା ଅନୁଷ୍କା ଶର୍ମା ତାଙ୍କର ମୁଁ ସମସ୍ତଙ୍କର ପ୍ରଶଂସା କରିଥାଏ। ଅନ୍ୟ ସମସ୍ତ ଅଭିନେତ୍ରୀଙ୍କର ମଧ୍ୟ ପ୍ରଶଂସା କରିବା ପାଇଁ ମୁଁ ପଛଘୁଞ୍ଚା ଦିଏ ନାହିଁ।
କଙ୍ଗନା ଆହୁରି ମଧ୍ୟ କହିଛନ୍ତି, “ମୁଁ ପିକୁ ଫିଲ୍ମରେ ଦୀପିକାଙ୍କର ପ୍ରଶଂସା କରିଥିଲି। କେବଳ ଏତିକି ନୁହେଁ, ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଲୁଟେରା ଦେଖିବା ପରେ ମୁଁ ଅନେକ ବର୍ଷ ଧରି ତାଙ୍କ ଅଭିନୟର ପ୍ରଶଂସା କରିଥିଲି।
କିନ୍ତୁ ଏପରି କାହିଁକି ହେଉଛି, ସେମାନଙ୍କଠାରୁ ମୁଁ ମୋ ଅଭିନୟର ପ୍ରଶଂସା ପାଉନାହିଁ। ଏପରି ଲାଗୁଛି, ସମସ୍ତେ ମତେ ଯେମିତି  ନଜର ଅନ୍ଦାଜ କରାଯାଉଛି । ଏପରି କାହିଁକି ହେଉଛି? ମୋ ଫିଲ୍ମକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି ଏବଂ ଅନେକ ନ୍ୟୁଜ୍‌ ପ୍ରକାଶ ପାଉଛି। ମୋର ଫିଲ୍ମ ମଣିକର୍ଣ୍ଣିକା ଏ ବର୍ଷର ସବୁଠାରୁ ପ୍ରୋମିଲିଙ୍ଗ୍‌ ଫିଲ୍ମ ମଧ୍ୟରୁ ଗୋଟିଏ। ଏହା ପରେ ମଧ୍ୟ ମୁଁ ମାନିବାକୁ ବାଧ୍ୟ ହେଉଛି, ବଲିଉଡ୍‌ରେ ମୋର କୌଣସି ଅସ୍ତିତ୍ୱ ନାହିଁ। ଏପରିକି ମୋ ଫିଲ୍ମର ଟ୍ରେଲର୍‌ ଓ ଟିଜର୍‌ ବିଷୟରେ ମଧ୍ୟ କେହି କଥା ହେଉନାହାନ୍ତି।“
ଏବେ କଙ୍ଗନା ରଣାୱତ୍‌ ଫିଲ୍ମ ମଣିକର୍ଣ୍ଣିକାର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଅନେକ ଦିନ ଧରି ଫିଲ୍ମର ସୁଟିଙ୍ଗ୍‌ ହେବା ପରେ ୨୯ ଜାନୁଆରୀରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ମହାରାଣୀ ଲକ୍ଷ୍ମୀବାଇଙ୍କ ଉପରେ ନିର୍ମାଣ କରାଯାଇଛି।ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅତୁଲ୍‌ କୁଲକର୍ଣ୍ଣି, କୂଳଭୁଷଣ ଖରବନ୍ଦା, ଅଙ୍କିତା ଲୋଖଣ୍ଡେ, ଡୈନି ଡେଞ୍ଜୋଗପା, ସୁରେଶ ଓବରୟ୍‌ ଭଳି ପ୍ରମୁଖ କଳାକାର ରହିଛନ୍ତି।



from Odisha Reporter http://bit.ly/2VOTBdh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages