ମୃତ୍ୟୁର କିଛି କ୍ଷଣ ପୂର୍ବରୁ ଚିଠିରେ କ’ଣ ଲେଖିଥିଲେ ବିବେକାନନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ମୃତ୍ୟୁର କିଛି କ୍ଷଣ ପୂର୍ବରୁ ଚିଠିରେ କ’ଣ ଲେଖିଥିଲେ ବିବେକାନନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ସ୍ୱାମୀ ବିବେକାନନ୍ଦ। ଜଣେ ସନ୍ନ୍ୟାସୀ, ମହାନ୍‌ ଶିଷ୍ୟ, ଜଣେ ଆଧ୍ୟାତ୍ମିକ ଗୁରୁ, ଜଣେ ଦକ୍ଷ ସମାଜ ସଂସ୍କାରକ ଏମିତି କେତେ କ’ଣ ପରିରୟର ଅଧିକାରୀ ଥିଲେ ସେ। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ । ୧୮୯୩ ମସିହା ଆମେରିକାର ସିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ଏକ ଜ୍ଞାନଦୀପ୍ତ ଓ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ ସେ।

ସ୍ୱାମୀ ବିବେକାନନ୍ଦ ଥିଲେ ସର୍ବତ୍ୟାଗୀ ସନ୍ନ୍ୟାସୀ। ସେ ଏମିତି ସାଧକ ଥିଲେ ଯିଏ ନିଜ ମୃତ୍ୟୁର ଆଭାସକୁ ବାରି ମଧ୍ୟ ବିଚଳିତ ନ ଥିଲେ। ତେବେ ଆସନ୍ତୁ ତାଙ୍କ ଜୀବନୀ ବିଷୟରେ ସେମିତି କିଛି ତଥ୍ୟ ଜାଣିବା। ବିବେକାନନ୍ଦଙ୍କ ପ୍ରକୃତ ନାଁ ହେଉଛି ନରେନ୍ଦ୍ର ନାଥ ଦତ୍ତ। ପିଲାଦିନର ନରେନ୍ଦ୍ର ବଡ଼ ହୋଇ ସ୍ୱାମୀ ବିବେକାନନ୍ଦ ରୂପେ ପରିଚିତ ହୋଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କୁ ଯୁବ ଶକ୍ତି ଉପରେ ପୂରା ଭରସା ଥିଲା। ସେ କହୁଥିଲେ ଭାରତ ଏକବିଂଶ ଶତାବ୍ଦୀରେ ବିଶ୍ୱର ଗୁରୁ ଭାବେ ଉଭାହେବ। ଆଜିର ଭାରତର ଚିତ୍ରକୁ ଅନୁଧ୍ୟାନ କଲେ ସେଦିନର ତାଙ୍କ ଭବିଷ୍ୟବାଣୀର ସତ୍ୟତାକୁ ଅନୁଭବ କରିହେଉଛି। କାରଣ ଆଜି ଭାରତ ସବୁକ୍ଷେତ୍ରରେ ଶୀର୍ଷରେ ପହଞ୍ଚିପାରିଛି।

ପିଲାଦିନେ ସ୍ୱାମୀ ବିବେକାନନ୍ଦ ବେଶୀ ଜ୍ଞାନୀ ନ ଥିଲେ। ବିଶ୍ୱବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ ସେ ମାତ୍ର ୪୭ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ। ଆଉ ବିଏରେ ସେ ୫୬ ପ୍ରତିଶତ ମାର୍କ ରଖିଥିଲେ। କିନ୍ତୁ ଶିକ୍ଷା ପ୍ରତି ଅହେତୁକ ଦୁର୍ବଳତା, କଠୋର ଅଧ୍ୟବସାୟ ଏବଂ ନିଷ୍ଠା ତାଙ୍କୁ ମହାଜ୍ଞାନୀରେ ପରିଣତ କରିଦେଇଥିଲା। ବେଦ ବେଦାନ୍ତ ଏବଂ ଉପନିଷଦରେ ତାଙ୍କର ଥିଲା ଗଭୀର ଗବେଷଣା। ଯାହାର ସାରମର୍ମକୁ ଉଦ୍ଧୃତ କରି ସମାଜ ପାଇଁ ବହୁ ଉପଯୋଗୀ ବାଣୀ ଦେଇଯାଇଛନ୍ତି।

ବାପାଙ୍କ ମୃତ୍ୟୁପରେ ବିବେକାନନ୍ଦଙ୍କ ଜୀବନରେ ଘୋର ଆର୍ଥିକ ଅଭାବ ଦେଖା ଦେଇଥିଲା। ଏମିତିକି ନିଜ ବନ୍ଧୁଙ୍କ ଘରେ ଖାଦ୍ୟ ଖାଇବା ପାଇଁ ବାହାନା କରି ସେ କେତେ ଥର ଉପବାସ ରହିଛନ୍ତି ତାହା କେବଳ ଇଶ୍ୱରଙ୍କୁ ହିଁ ଜଣା। ଘରେ ଖାଇବା ପାଇଁ ପଇସା ନ ଥିଲା। ଅଭାବ ଅନଟନରେ ବିତୁଥିଲା ଜୀବନ। କିନ୍ତୁ ତାଙ୍କ ଯୌବନର ଔଜ୍ଜ୍ୱଲ୍ୟ, ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଚେହେରାର ଚମକ ବହୁ ସୁନ୍ଦରୀ ତରୁଣୀଙ୍କୁ ପାଗଳ କରିଦେଉଥିଲା। ଏମିତିକି ବହୁ ଧନୀ ଘରର ଝିଅଙ୍କ ବିବାହ ପ୍ରସ୍ତାବ ଆସୁଥିଲା। କିନ୍ତୁ ସବୁ ପ୍ରସ୍ତାବକୁ ବିବେକାନନ୍ଦ ଗୋଡ଼ରେ ଆଡ଼େଇ ଦେଇ ଇଶ୍ୱରଙ୍କ ସନ୍ଧାନରେ ନିଜକୁ ସମର୍ପି ଦେଇଥିଲେ।।

ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ। ସେ କହୁଥିଲେ ତୁମର ତୁଚ୍ଛ ଇଚ୍ଛା ଠାରୁ ଦୂରେଇ ଇଶ୍ୱରକୁ ଖୋଜ। ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ ସେ ନିଜ ମୃତ୍ୟୁ ବିଷୟରେ ବାରିପାରିଥିଲେ। ଜାନ ପି ଫାଂକ୍ସ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଚିଠି ଲେଖିବା ସମୟରେ ସ୍ୱାମୀ କହିଥିଲେ ମତେ ସାହସ ଓ ଉତ୍ସାହ ପସନ୍ଦ। ସମାଜକୁ ଏହାର ବହୁତ ଆବଶ୍ୟକ ରହିଛି। ମୋ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି । ବହୁ ଦିନ ପର୍ଯ୍ୟନ୍ତ ବଞ୍ଚିବାର ମୋର ଆଶା ନାହିଁ। ତାଙ୍କ ମୃତ୍ୟୁ କେବେ ହେବ ତାହା ବି ସ୍ୱାମୀ ବିବେକାନନ୍ଦ ଜାଣିଥିଲେ । ତାଙ୍କର ଚେତନା ଅଗ୍ରସର ହେଉଥିଲା ଓ ବଢୁଥିବା ଚେତନାକୁ ତାଙ୍କ ଶରୀର ସମ୍ଭାଳି ପାରୁ ନ ଥିଲା। ବିବେକାନନ୍ଦ କହୁଥିଲେ ଏମିତି ଏକ ଦିନ ଆସିବ ଯେତେବେଳେ ମୋ ଚେତନା ପରତ୍ମାଙ୍କ ପାଖରେ ପହଞ୍ଚିଯିବ। ମୋ ଶରୀର ଏହାକୁ ସମ୍ଭଳି ପାରିବ ନାହିଁ ଏବଂ ମୋର ମୃତ୍ୟୁ ଘଟିଯିବ।

ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ସ୍ୱାମୀ ବିବେକାନନ୍ଦ। ବେକରେ ଯନ୍ତ୍ରଣା ହେଉଥିଲା। କିଡନୀ ସମସ୍ୟା, ଛାତି ସମସ୍ୟା, ଡାହାଣ ଆଖି ନାଲି ହେବା, ମଧୁମେୟ, ମାଇଗ୍ରେନ୍, ଟନ୍ସିଲେଟିସ୍‌, ଆସ୍ତମା, ମ୍ୟାଲେରିଆ, ଜ୍ୱର, ଲିଭର ସମସ୍ୟା, ବଦହଜମୀ ଆଦି ୩୦ଟି ବଡ ବଡ଼ ରୋଗକୁ ସେ ସାମ୍ନା କରିଥିଲେ। ଶେଷରେ ୧୯୦୨ ଜୁଲାଇ ୪ ତାରିଖରେ ଧ୍ୟାନମଗ୍ନ ରହି ଶରୀର ତ୍ୟାଗ କରିଥିଲେ। ସେ ନିଜ ଘରେ ଧ୍ୟାନରେ ବସି ମହାସମାଧି ଯୋଗେ ସ୍ୱ-ସ୍ୱରୂପରେ ମିଳିତ ହେଲେ । ହେଲେ ଅନ୍ତିମ ସମୟରେ ସେ ଖଣ୍ଡିଏ ଚିଠି ଲେଖିଥିଲେ। ସେଥିରେ ଲଖାଥିଲେ ଯେ, ‘ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି ।’ ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ସେ ଦୁନିଆରୁ ବିଦାୟ ନେଇଗଲେ ସତ କିନ୍ତୁ ସେ ଯେଉଁ ଶକ୍ତି ଏବଂ ଦର୍ଶନ ଛାଡ଼ିଗଲେ ତାହା ଚିରଦିନ ପାଇଁ ଅମର ହୋଇଗଲା।



from Odisha Reporter http://bit.ly/2VQj8Tt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages