
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଧିରେ ଧିରେ ସାଜିଲୁ ତୁ ମୋ ଛାତିର ଧଡକନ୍, ଧିରେ ଧିରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍। ଧିରେ ଧିରେ ଦେଲୁ ମତେ ମୋ ପ୍ରେମର ମଞ୍ଜୁରି, ଧିରେ ଧିରେ ବୁଝିଲୁ ତୁ ମୁଁ ତୋ ପାଇଁ ଜରୁରୀ, ଆରେ ଓ… ସାଥୀରେ, ଏମିତି ଲାଗେରେ, ପବନଟା ଗାଏ ଆଜି ନୂଆ ଗୋଟେ ଧୁନ୍, ସୁନ୍ ସାହେବା ସୁନ୍ରେ ସୁନ୍…”
ଏମିତି କିଛି ସୁନ୍ଦର ମୁଖଡାରୁ ଆରମ୍ଭ ହୋଇଛି ଗୀତ ‘ସୁନ୍ ସାହେବା ସୁନ୍’।
ତରଙ୍ଗ ସିନେ ପ୍ରଡକ୍ସନ୍ର ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହେବା’ ଫିଲ୍ମର ଏହି ରୋମାଣ୍ଟିକ୍ ଟ୍ରାକ୍ ଏବେ ୟୁଟ୍ୟୁବ୍ ଟ୍ରେଣ୍ଡିଂରେ ଚାଲିଛି। ରିଲିଜ୍ ହେବାର ୨୪ଘଣ୍ଟା ମଧ୍ୟରେ ଏହି ଗୀତକୁ ୫ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଲେଣି। ଗୀତଟିକୁ ଏତେ ମାତ୍ରାରେ ଲୋକଙ୍କ ଭଲପାଇବା ମିଳିବା ପଛର କାରଣ ହେଉଛି ଗୀତରେ ଥିବା ସୁନ୍ଦର ଲୋକେସନ୍ ଏବଂ ହିରୋ ହିରୋଇନ୍ଙ୍କ ରୋମାଣ୍ଟିକ୍ ଅନ୍ଦାଜ୍।
ଗୀତଟିକୁ ଗାଇଛନ୍ତି ହ୍ୟୁମାନ୍ ସାଗର ଏହଂ ଦୀପ୍ତିରେଖା। ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ଫିଲ୍ମଟି ଚଳିତ ମାସରେ ରିଲିଜ୍ ହେବାକୁ ଯାଉଛି। ‘ଚାଲ୍ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍ସର ୧୮ତମ ଚଳଚ୍ଚିତ୍ର। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।
from Odisha Reporter http://bit.ly/2C9emXT
No comments:
Post a Comment