
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ମେଥି ମାଛ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: ୬୮୦ ଗ୍ରାମ୍ ମାଛ, ଦେଢ଼ ଚାମଚ ଧଳା ଗୋଲ ମରିଚ, ୧ ଚାମଚ ଲେମ୍ବୁ ରସ, ଆବଶ୍ୟକ ମୁତାବକ ତେଲ, ୧ ଚାମଚ ବଟା ରସୁଣ, ଦେଢ଼ ଚାମଚ ଅଦା ପେଷ୍ଟ, ୧୧୦ ଗ୍ରାମ୍ ପିଆଜ, ୧ ଚାମଚ ଜିରା ଗୁଣ୍ଡ, ୧ ଚାମଚ ଲଙ୍କା ଗୁଣ୍ଡ, ୪୦୦ ଗ୍ରାମ୍ ଟମାଟୋ ପ୍ୟୁରି, ୧୧୦ ଗ୍ରାମ୍ ଛୋଟ ଛୋଟ କଟା ଯାଇଥିବା ମେଥି ଶାଗ, ୧୦୦ ମିଲିଲିଟର ପାଣି ଓ ସ୍ୱାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା ମାଛ, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ମ୍ୟାରିନେଟ୍ କରିବା ଲାଗି ୧ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଏହି ମାଛକୁ ଭାଜି ଦିଅନ୍ତୁ।
ଅନ୍ୟ ଏକ ପ୍ୟାନ୍ରେ ୨ ଟେବଲ୍ ସ୍ପୁନ୍ ତେଲ ଗରମ କରି ଏଥିରେ ବଟା ଅଦା ରସୁଣ ପକାଇ ୨ ମିନିଟ୍ ଯାଏ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ଆହୁରି ଭଲ ଭାବେ ଭାଜନ୍ତୁ। ଏଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାନ୍ତୁ। ଏହା ପରେ ଏଥିରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍ ଯାଏ ଗୋଳାନ୍ତୁ। ଏବେ ମେଥି ଶାଗ ମିଶାଇ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ।
ଏବେ ଭଜା ମାଛ ପକାଇ ୫ ମିନିଟ୍ ଯାଏ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ମେଥି ମାଛ’। ଏହାକୁ ଧନିଆ ପତ୍ରରେ ସଜାଇ ଭାତ ସହ ଗରମ ଗରମ ଖାଆନ୍ତୁ।
from Odisha Reporter http://bit.ly/2VJ2Ewf
No comments:
Post a Comment