ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ରୁ ବଲିଉଡ୍‌ର ସଫଳ ଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ରୁ ବଲିଉଡ୍‌ର ସଫଳ ଷ୍ଟାର୍‌

ମୁମ୍ୱାଇ: ଇଏ ମାୟାନଗରୀ। ଏଠାରେ ତିଷ୍ଠି ରହିବା ପାଇଁ ବହୁ ନାମୀ ହସ୍ତୀଙ୍କୁ ନାକେଦମ୍‌ ହେବାକୁ ପଡ଼େ । ବଡ଼ ବଡ଼ ଷ୍ଟାର୍‌ କିଡ୍‌ମାନେ ବି ନିଜ ପରିଚୟ ସୃଷ୍ଟି କରିବାରେ ବିଫଳ ହୁଅନ୍ତି। କିନ୍ତୁ ଆଉ କେହି କେହି ନିଜସ୍ୱ ପ୍ରତିଭା ଓ ସଂଘର୍ଷ ବଳରେ ଏକଦମ୍‌ ତଳୁ ଉପରକୁ ଉଠି ସଫଳତାର ଗୋଟିଏ ପରେ ଅନ୍ୟ ଏକ ପାହାଚ ଏପରି ଚଢ଼ନ୍ତି, ଯାହା ଅନ୍ୟମାନଙ୍କୁ ପ୍ରଭାବିତ କରିଥାଏ। ବଲିଉଡ୍‌ର ନୂଆ ପିଢ଼ି ଅଭିନେତାଙ୍କ ମଧ୍ୟରେ ସୁଶାନ୍ତ ସିଂହ ରାଜ୍‌ପୁତ୍ ସେହିଭଳି ଏକ ନାଁ।

ଆଜି ହେଉଛି ଏହି ପ୍ରତିଭାବାନ୍‌ ଅଭିନେତାଙ୍କ ଜନ୍ମ ଦିନ। ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ, ସୁଶାନ୍ତ ସିଂହ ରାଜ୍‌ପୁତ୍‌ ତାହା ହିଁ ସମ୍ଭବ କରି ଦେଖାଇଛନ୍ତି। ଜଣେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍‌ସର୍‌ ଭାବେ ଏଣ୍ଟ୍ରି କରିବା ପରେ ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଷ୍ଟାର୍‌ ଅଭିନେତା। ଜନ୍ମଦିନରେ ଆସନ୍ତୁ, ତାଙ୍କ ସଂଘର୍ଷମୟ କ୍ୟାରିଅର୍‌ ଓ ସଫଳତା ସମ୍ପର୍କରେ କିଛି ଜାଣିବା। 
ସୁଶାନ୍ତ ସିଂହ ରାଜ୍‌ପୁତ୍‌ ୧୯୮୬ ମସିହା ଜାନୁଆରୀ ୨୧ରେ ବିହାରର ପାଟନାରେ ଜନ୍ମ ହୋଇଥିଲେ। ଇଞ୍ଜିନିୟରିଂ ଡିଗ୍ରୀ କରିଥିଲେ ହେଁ ଅଭିନୟ ଓ ଡ୍ୟାନ୍ସ୍‌ ପ୍ରତି ପିଲାବେଳୁ ତାଙ୍କର ଦୁର୍ବଳତା ଥିଲା। ସ୍କୁଲ୍‌ରେ ପଢ଼ୁଥିବାବେଳେ ସୁଶାନ୍ତ ଏକ ଡ୍ୟାନ୍ସ୍ ଗ୍ରୁପ୍‌ରେ ଡ୍ୟାନ୍ସ୍‌ ଶିଖିଥିଲେ। ପାଠପଢ଼ା ପରେ ଡ୍ୟାନ୍‌ସ୍‌ ପ୍ରତି ତାଙ୍କ ରୁଚି ବଢ଼ିଲା ଏବଂ ପରେ ସେ ଜଣେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଡ୍ୟାନ୍ସର୍‌ ଭାବେ କମନ୍‌ୱେଲ୍‌ଥ୍ ଗେମ୍‌ସ୍‌ ଓ ଫିଲ୍ମ ଫେଆର୍‌ ଆୱାର୍ଡ୍‌ ସେରିମନିରେ ଭାଗ ନେଇଥିଲେ। ଡ୍ୟାନ୍ସିଂ କ୍ୟାରିଅର୍‌ରେ ସୁଶାନ୍ତଙ୍କ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ଥିଲା, ଜଣେ ଡ୍ୟାନ୍ସର୍‌ ଭାବେ ସେ ଐଶ୍ୱର୍ଯ୍ୟା ରାୟଙ୍କ ସହ କାମ କରିଥିଲେ।

ଡ୍ୟାନ୍ସ୍‌ ସହ ସୁଶାନ୍ତ ଦୀର୍ଘ ଦିନ ଯାଏ ନଦିରା ବବ୍ବର୍‌ଙ୍କ ଥିଏଟର୍‌ ଗ୍ରୁପ୍‌ରେ ଅଭିନୟ ଶିଖିଥିଲେ। ଏହାପରେ ସେ ଟେଲିଭିଜନ୍‌ରୁ ହିଁ ତାଙ୍କ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ। ବାଲାଜୀ ଟେଲିଫିଲ୍ମସ୍‌ର ‘କିସ୍ ଦେଶ୍‌ ମେ ମେରା ଦିଲ୍‌’ ଥିଲା ତାଙ୍କ ପ୍ରଥମ ସିରିଏଲ୍‌।
ସୁଶାନ୍ତଙ୍କୁ ସଫଳତା ଓ ପରିଚୟ ଟେଲି ସିରିଏଲ୍‌ ‘ପବିତ୍ର ରିସ୍ତା’ରୁ ହିଁ ମିଳିଥିଲା। ‘ଜରା ନାଚ୍‌କେ ଦିଖା’ ଓ ‘ଝଲକ୍‌ ଦିଖ୍‌ଲା ଜା’ ପରି ଡ୍ୟାନ୍ସ୍‌ ରିଆଲିଟି ଶୋ’ରେ ସେ ଭାଗ ନେଇ ସାରିଛନ୍ତି।
ଟିଭି ଦୁନିଆ ପରେ ଫିଲ୍ମ ଦୁନିଆରେ ନିଜର ଭାଗ୍ୟ ପରଖିବା ପାଇଁ ସୁଶାନ୍ତ ଅଭିଷେକ କପୁର୍‌ଙ୍କ ଫିଲ୍ମ ‘କାଇ ପୋ ଚେ’ ପାଇଁ ଅଡିସନ୍‌ ଦେଇଥିଲେ। ପରେ ଏହି ଫିଲ୍ମର ଲିଡ୍‌ ରୋଲ୍‌ ହିଁ ତାଙ୍କୁ ମିଳିଥିଲା। ଫିଲ୍ମରେ ସୁଶାନ୍ତ ସିଂହ ରାଜ୍‌ପୁତ୍‌ଙ୍କ ଅଭିନୟକୁ ଦର୍ଶକ ଓ କ୍ରିଟିକ୍ସ ଅନେକ ପ୍ରଶଂସା ବି କରିଥିଲେ।
ଏହାପରେ ଚାଲିଥିଲା ସଫଳତାର ଯାତ୍ରା। କିମ୍ବଦନ୍ତୀ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍‌ ‘ଏମ୍ ଏସ୍‌ ଧୋନି: ଦ ଅନ୍‌ଟୋଲଡ୍‌ ଷ୍ଟୋରୀ’ରେ ସୁଶାନ୍ତ ଧୋନିଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ସଫଳତା ବି ହାସଲ କରିଥିଲା।
ପରେ ସାରା ଅଲି ଖାନ୍‌ଙ୍କ ସହ କେଦାର୍‌ନାଥ୍‌ରେ ବି ସୁଶାନ୍ତଙ୍କ ଅଭିନୟକୁ ଢେର୍‌ ତାରିଫ୍ ମିଳିଛି। ଅପ୍‌କମିଂ ଫିଲ୍ମ ‘ସୋନ ଚିଡିଆ’ରେ ତାଙ୍କୁ ଡକାୟତ ଭାବରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ଆସି ସାରିଛି ଓ ଫିଲ୍ମଟି ୮ ପେବ୍ରୁଆରୀରେ ରିଲିଜ୍‌ ହେବ।

ଏବେ ତାଙ୍କୁ ଏକା ସଙ୍ଗରେ ୧୨ଟି ଫିଲ୍ମର ଅଫର୍‌ ମିଳିଛି ବୋଲି ସୁଶାନ୍ତ ଏକ ଇଣ୍ଟରଭ୍ୟୁରେ କହିଛନ୍ତି।



from Odisha Reporter http://bit.ly/2W6ODbN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages