ଦୋକାନୀ ଧୂପ ଦେଉଥିବା ବେଳେ ୨୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଦୋକାନୀ ଧୂପ ଦେଉଥିବା ବେଳେ ୨୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ଛୁ

shop

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରର ଏକ ଗହଣା ଦୋକାନରୁ ଆଜି ୨୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜନଗରର ବାଇପାସ୍ ରୋଡ୍‌ ସ୍ଥିତ ମହାବୀର ବାଜାରରେ ଥିବା ‘ଶ୍ରୀମତି ଅଳଙ୍କାର ଓ କଂସା ବାସନ ଭଣ୍ଡାର’ରୁ ଏହି ଲୁଟ୍ ହୋଇଛି।

ଅଭିଯୋଗ ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୧ଟା ଦୋକାନର ମାଲିକ ନାରାୟଣ କୁଣ୍ଡୁ ଦୋକାନ ଖୋଲି ଧୂପ ଦେଉଥିବା ବେଳେ ଜଣେ ଯୁବକ ସୁନା କିଣିବାକୁ ଆସିଥିଲେ। ସେ ନାରାୟଣଙ୍କ ସହ ସୁନା କିଣିବା ନେଇ କଥା ହୋଇଥିଲେ। ସେତେବେଳେ ନାରାୟଣ ଧୂପ ଦେଉଥିବାରୁ ଟିକେ ଅନ୍ୟମନସ୍କ ଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ସେଠାରେ ରଖାଯାଇଥିବା ସୁନାଅଳଙ୍କାର ଭର୍ତ୍ତି ଏକ ବ୍ୟାଗ୍ ନେଇ ଛୁ ମାରି ଥିଲା। ତା’ସହିତ ଆଉ ଜଣେ ଆସିଥିଲା। ତେବେ ସେ ଦୋକାନ ଭିତରକୁ ଆସି ନଥିଲା। ସେ ଦୋକାନ ବାହାରେ ବାଇକ୍‌ରେ ବସିଥିଲା। ସେ ବାଇକ୍‌କୁ ଷ୍ଟାର୍ଟ କରି ରଖିଥିବା କୁହାଯାଉଛି।

goldଉକ୍ତ ଦୁର୍ବୃତ୍ତର ଚେହେରା ସିସିଟିଭିରେ କଏଦ ହୋଇଯାଇଛି। ସେ ଏକ ଟୋପି ଓ କଳା ଚଷମା ପିନ୍ଧିଛି।

ଏ ଘଟଣାକୁ ନେଇ ରାଜନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।



from Odisha Reporter http://bit.ly/2sT1JMr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages