
ପାଟନା: ବିହାର ନାଳନ୍ଦାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆର୍ଜେଡି ନେତାଙ୍କୁ ଗୁଳି କରିଥିବା ଅଭିଯୋଗରେ ମାତ୍ର ୧୩ ବର୍ଷୟ ବୟସ୍କ ନାବାଳକଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଏହାକୁ ନେଇ ସମଗ୍ର ନାଳନ୍ଦାରେ ବ୍ୟାପକ ପୋଡ଼ାଜଳା ହୋଇଛି।
ମଙ୍ଗଳବାର ରାତିରେ ଆରଜେଡି ନେତା ଇଣ୍ଡାଲ ପାଶ୍ୱାନ ଘରକୁ ଫେରୁଥିବା ବେଳେ ନାଳନ୍ଦାର ମଘଡା ସରାଇ ଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପରିବାର ଲୋକ ବୁଧବାର ତାଙ୍କ ଗାଡ଼ି ଓ ମୃତଦେହକୁ ଠାବ କରିଥିଲେ। ଏହାପରେ ସ୍ଥାନୀୟ ଲୋକ ଦୁଇ ଜଣ ସନ୍ଦିଗ୍ଧଙ୍କ ଘର ଉପରେ ଆକ୍ରମଣ କରି ସେଥିରେ ନିଆଁ ଲଗାଇ ଦେଇଥିଲେ।
ଏହି ସମୟରେ ସେଠାରେ ଥିବା ଜଣେ ୧୩ ବର୍ଷୀୟ ନାବାଳକଙ୍କୁ ପିଟିପିଟି ମାରି ଦେଇଥିଲେ। ପୁଲିସ୍ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।
from Odisha Reporter http://bit.ly/2F4yldh
No comments:
Post a Comment