
ଭୁବନେଶ୍ୱର(ଓଡ଼ିଶ ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ର ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହେବା’। ନିକଟରେ ଫିଲ୍ମର ଏକ ଡ୍ୟାନ୍ସ ଟ୍ରାକ୍ ସୁଟିଂ ହୋଇଛି। ଡିସ୍କୋ ଗୀତରେ ହିରୋ ହିରୋଇନ୍ଙ୍କର ଜବରଦସ୍ତ ଡ୍ୟାନ୍ସ ରହିଛି ଏଥିରେ। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ମହିମା ଏବଂ ଇଶାନ୍ ଏଥିରେ ଡୁଏଟ୍ କରୁଛନ୍ତି। ଏହି ଗୀତଟିର କୋରିଓଗ୍ରାଫି କରିଛନ୍ତି କୋରିଓଗ୍ରାଫର ଗିରୀଶ୍।
ଗିରୀଶ୍ଙ୍କ କହିବା ଅନୁଯାୟୀ, “ପୂର୍ବରୁ ଓଡ଼ିଶାରେ ଏମିତି ଷ୍ଟାଇଲିସ୍ ଗୀତ ହୋଇ ନ ଥିଲା। ତେଣୁ ଆମେ ଡ୍ୟାନ୍ସର ଷ୍ଟେପ୍ଗୁଡିକ ୟୁନିକ୍ କରିବାକୁ ଚେଷ୍ଟା କରିଛୁ।”
ଏଥିସହ ଗୀତର କିଛି ଅଂଶ ପାଣିରେ ଶୁଟିଂ ହୋଇଛି। କେବଳ ଏମିତି ନୁହେଁ, ମଝିରେ ଓଲିଉଡ୍ ଅଭିନେତ୍ରୀ ଭୂମିକାଙ୍କର ଗେଷ୍ଟ ଆପିଅରେନ୍ସ ରହିଛି। ଭୂମିକା ଗୀତର କିଛି ପାର୍ଟରେ ଡ୍ୟାନ୍ସ କରିବା ସହ ସେନ୍ସେସ୍ନାଲ ଲୁକ୍ ଦେଇଛନ୍ତି।
ସୂଚନା ଅନୁଯାୟୀ, ଫିଲ୍ମର ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍ଙ୍କ ସହ ଦୁଇ ନାୟିକା ଶାୟଲ୍ ଏବଂ ମହିମା ଏହି ଫିଲ୍ମ ମାଧ୍ୟମରେ ଓଲିଉଡ୍ରେ ଡେବ୍ୟୁ କରିବେ।
‘ଚାଲ୍ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍ସର ୧୮ତମ ଚଳଚ୍ଚିତ୍ର। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।
from Odisha Reporter http://bit.ly/2F734Y3
No comments:
Post a Comment