
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲାରେ ଏକ ଆବାସିକ ବିଦ୍ୟାଳୟରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ କରିଥିଲେ। ସେହି ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।
ଗତକାଲି ଭୋର ସମୟରେ ଛାତ୍ରୀ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ପ୍ରଥମେ ଘଟଣାକୁ ଚାପି ରଖିବାକୁ ଚେଷ୍ଟା କରିଥିଲେ। ମାତ୍ର ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖିବା ପରେ ଏକ ଅଟୋରେ ଉଭୟ ମାଆ ଓ ଶିଶୁକୁ ବାଲିଗୁଡ଼ା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟ ନାବାଳିକା ଓ ତାଙ୍କ ଶିଶୁକନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକା ଏବେବି ସେଠାରେ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଏ ଘଟଣାରେ ଉକ୍ତ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଦାରିଙ୍ଗିବାଡ଼ି ବ୍ଲକ୍ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ସମ୍ୱେଦନଶୀଳ ଘଟଣାରେ ଗତକାଲି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା। ତା’ସହିତ ଜଣେ ଏଏନ୍ଏମ୍, ୨ ଜଣ ମାଟ୍ରନ ଓ ୨ କୁକ୍ କମ୍ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି।
ଏହି ଛାତ୍ରୀ ଜଣଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିଲେ ବୋଲି ଜଣାପଡ଼ିଛି। ଏ ଦିଗରେ ତଦନ୍ତ ଚାଲିଛି।
from Odisha Reporter http://bit.ly/2SSEQUV
No comments:
Post a Comment