ଇତିହାସ ରଚିଲେ ବିରାଟ ବାହିନୀ: ପ୍ରଥମ ଥର ଅଷ୍ଟ୍ରେଲିଆକୁ ତା’ ମାଟିରେ ମାତ୍‌ ଦେଇ ଟେଷ୍ଟ୍ ସିରିଜ୍‌ ଜିତିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଇତିହାସ ରଚିଲେ ବିରାଟ ବାହିନୀ: ପ୍ରଥମ ଥର ଅଷ୍ଟ୍ରେଲିଆକୁ ତା’ ମାଟିରେ ମାତ୍‌ ଦେଇ ଟେଷ୍ଟ୍ ସିରିଜ୍‌ ଜିତିଲା ଭାରତ

teamindia

ସିଡ୍‌ନୀ: ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ୍‌ର ସଦସ୍ୟମାନେ ଇତିହାସ ରଚିଛନ୍ତି। ପୂର୍ବରୁ ଭାରତର କୌଣସି ଟିମ୍‌ ଯାହା କରି ପାରି ନଥିଲେ, ଆଜି ତାହା କରି ଦେଖାଇଛନ୍ତି ବିରାଟ ଓ ତାଙ୍କ ବାହିନୀ। ଅଷ୍ଟ୍ରେଲିଆରେ ଜିତିଛନ୍ତି ଟେଷ୍ଟ୍ ସିରିଜ୍‌। ଏହା ସହିତ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଟେଷ୍ଟ୍‌ ସିରିଜ୍‌ ଜିତିଛି।

ଏହି ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ସିଡ୍‌ନୀରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଥିଲା। ଘରୋଇ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍‌କୁ ୨-୨ରେ ବରାବର କରିବାକୁ ଲକ୍ଷ୍ୟ ରଖିଥିଲା। ତେବେ ତାହା ହୋଇ ନଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି। ଏହା ସହିତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ଭାରତୀୟ ଦଳ ସିରିଜ୍‌ ଜିତି ଯାଇଛି।

ସିଡ୍‌ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍‌ରେ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା। ମୟଙ୍କ ଅଗ୍ରୱାଲଙ୍କ ୭୭ ରନ୍, ଚେତେଶ୍ୱର ପୂଜାରାଙ୍କ ୧୯୩, ଋଷଭ ପନ୍ତଙ୍କ ୧୫୯ ଓ ରବୀନ୍ଦ୍ର ଜାଡେଜାଙ୍କ ୮୧ ରନ୍ ବଳରେ ଭାରତ ଏହି ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ଫଲୋ-ଅନ୍ ଦେଇଥିଲା ଓ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ତେବେ ଦ୍ୱିତୀୟ ଇନିଂସ୍‌ ଦଳ ଗତକାଲି ମାତ୍ର ୬ ରନ୍ କରିବା ପରେ ବର୍ଷା ଯୋଗୁ ମ୍ୟାଚ୍ ଖେଳା ଯାଇ ପାରି ନଥିଲା। ଆଜି ବି ବର୍ଷା ବାଧା ସାଜିଥିଲା। ଶେଷରେ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯାଇଥିଲା। ଭାରତ ଏହି ମ୍ୟାଚ୍‌କୁ ଜିତି ୩-୧ରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିଲା। ତେବେ ବର୍ଷା ଯୋଗୁ ତାହା ସମ୍ଭବ ହେଲା ନାହିଁ।

kohliଏହି ସିରିଜ୍‌ରେ ଚାରିଟି ମ୍ୟାଚ୍ ଖେଳାଯାଇଥିଲା। ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୩୧ରେ ବିଜୟୀ ହୋଇଥିଲା। ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୪୬ ରନ୍‌ରେ ଜିତିଥିଲା। ତେବେ ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ଟେଷ୍ଟକୁ ଭାରତ ନିଜ କବଜାକୁ ନେଇ ସିରିଜ୍‌ରେ ଆଗୁଆ ରହିଥିଲା। ଏହି ମ୍ୟାଚ୍‌କୁ ଭାରତ ୧୩୭ ରନ୍‌ରେ ଜିତିଥିଲା।

ଭାରତ ୧୯୪୭-୪୮ରୁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଖେଳି ଆସୁଥିଲେ ସୁଦ୍ଧା ପୂର୍ବରୁ କୌଣସି ଟିମ୍ ସିରିଜ୍ ଜିତି ନଥିଲେ।



from Odisha Reporter http://bit.ly/2C2jugw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages