‘ସିମ୍ବା’ରେ କାମ କରିବାକୁ ସାରାଙ୍କୁ କରିବାକୁ ପଡ଼ିଥିଲା ଏମିତି କିଛି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

‘ସିମ୍ବା’ରେ କାମ କରିବାକୁ ସାରାଙ୍କୁ କରିବାକୁ ପଡ଼ିଥିଲା ଏମିତି କିଛି  

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରଣବୀର ସିଂହ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହୋଇ ସାରିଥିବା ବେଳେ ଏହା ଏବେ ପୂରା ଦେଶରେ ଧମାଲ ମଚାଉଛି। ଏହା ସାରା ଅଲ୍ଲୀ ଖାନ୍‌ଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବାରୁ ଏଥିପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି ସାରା ଓ ସିମ୍ବାର ପୂରା ଟିମ୍‌।

ଫିଲ୍ମରେ ରଣବୀର ସିଂହଙ୍କ ସହ ସାରାଙ୍କ କାମକୁ ମଧ୍ୟ ବେଶ୍‌ ପ୍ରଶଂସା କରାଯାଉଛି। କିନ୍ତୁ ଜାଣିଛନ୍ତି, ସେଦିନ ଯଦି ସରା ସେମିତି କିଛି ନ କରିଥାନ୍ତେ ଆଜି ହୁଏତ ଏହି ଫିଲ୍ମରେ ସାରାଙ୍କୁ ଦେଖିବାକୁ ମିଳି ନ ଥାନ୍ତା। ଏହି ରାଜ୍‌ର ଖୁଲାସା କରିଛନ୍ତି ସିମ୍ବାର ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ।

ସେ ସିମ୍ବାର ପ୍ରମୋସନ୍‌ ପାଇଁ କପିଲ ଶର୍ମାଙ୍କ ନୂଆ କମେଡି ଶୋ’ରେ ପହଞ୍ଚିଥିବା ବେଳେ ଏଇ କଥାର ଖୁଲାସା କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ରୋହିତ୍‌ ସେଟ୍ଟୀ କହିଛନ୍ତି, ‘ଫିଲ୍ମରେ କାହାକୁ ନେବି ବୋଲି ଭାବି ନ ଥିବା ବେଳେ ସାରା ମୋତେ ଆରମ୍ଭରୁ ତାଙ୍କୁ ନେବା ପାଇଁ ଅନୁରୋଧ କରି ଆସୁଥିଲେ । ଅନେକ ଥର ମେସେଜ୍‌ ପଠାଇ ସେ ମୋତେ ଅନୁରୋଧ କରିଥିଲେ। କିନ୍ତୁ ମୁଁ ତାଙ୍କ ମେସେଜ୍‌ର କୌଣସି ପ୍ରତିକ୍ରିୟା ରଖି ନ ଥିଲି । ଯାହା ପରେ ସେ ମୋ ଅଫିସକୁ ଆସି ମୋତେ ବାରମ୍ବାର ଅନୁରୋଧ କରିବାକୁ ଲାଗିଲେ। ମୋତେ ଏକଥା ଶୁଣି ଖୁବ୍‌ କାନ୍ଦ ମଧ୍ୟ ଲାଗୁଥିଲା। କାରଣ ସୈଫ୍‌ଙ୍କ ଝିଅ। କ’ଣ କରିବି କିଛି ସ୍ଥିର କରି ପାରୁ ନ ଥିଲି। ପରେ ସାରାଙ୍କ ସହ କଥା ହେବା ପରେ ‘ସିମ୍ବା’ ପାଇଁ ସେ ହିଁ ଠିକ୍‌ ବୋଲି ମୁଁ ଭାବିଥିଲି । ଯାହା ପରେ ତାଙ୍କୁ ଫିଲ୍ମରେ ସୁଯୋଗ ମିଳିଥିଲା।’



from Odisha Reporter http://bit.ly/2F3yD46

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages