
ଆଡେଲେଡ୍: ଲଗାତାର ଶତକ ପରେ ଶତକ ହାଓଲ କରି ପ୍ରତିଟି ମ୍ୟାଚ୍ରେ ନୂଆ ନୂଆ ରେକର୍ଡ ସ୍ଥାପନ କରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଅଷ୍ଟ୍ରେଲିଆ ବିରୋଧୀ ୩ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତ ପରାଜୟ ପରଣ କରିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ କୋହଲିଙ୍କ ୧୦୪ ରନ୍ର ଇନିଂସ୍ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ତାଙ୍କର ଏହି ୩୯ ତମ ଦିନିକିଆ ଶତକ ବଳରେ ହିଁ ଭାରତ ୨୯୯ ରନ୍ର ଟାର୍ଗେଟ୍କୁ ୬ ୱିକେଟ୍ ଏବଂ ୪ଟି ବଲ୍ ବାକିଥାଇ ହାସଲ କରିପାରିଥିଲା। ଏହି ଶତକ ସହିତ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ୭୧ ଶତକ ପରେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତାକୁ ପ୍ରଶଂସା କରିବା ସହିତ ସେ ଫିଟ୍ ରହିପାରିଲେ ୧୦୦ ଶତକର ରେକର୍ଡ କରିପାରିବେ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍।
ସେ ଆହୁରି ମଧ୍ୟ କହିଛନ୍ତି, “ବିରାଟ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି। ସେ ଯଦି ଫିଟ୍ ରୁହନ୍ତି, ସେ ୧୦୦ ଶତକର ମାଇଲ୍ଖୁଣ୍ଟ ଛୁଇଁଯିବେ। ତାଙ୍କର ଏଳଭି ସ୍ଥିର ପ୍ରଦର୍ଶନ ଅନ୍ୟ ମହାନ ଖେଳାଳିଙ୍କଠାରୁ ମଧ୍ୟ ଆଗରେ। ସେ ଜଣେ ମହାନ ଖେଳାଳି। ସେ ଯେତେବେଳେ ବଡ଼ ସ୍କୋର କରିଛନ୍ତି, ଭାରତ ପ୍ରାୟ ହାରିନି।”
ଆଝାରୁଦ୍ଦିନ୍ ଏହି ଅବସରରେ ଗତ କାଲି କୋହଲିଙ୍କୁ ବେଶ୍ ସହଯୋଗ ଦେଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୫୪ ବଲ୍ରୁ ୫୫ ରନ୍ର ଇନିଂସ୍କୁ ମଧ୍ୟ ପ୍ରଶଂସ କରିଥିଲେ।
ସେ କହିଥିଲେ, ଯଦି ତୁମେ ଅଭ୍ୟାସରୁ ଦୂରେଇକି ଅଛ ଏବଂ ଘରୋଇ କ୍ରିକେଟ୍ ଖେଳୁନାହଁ, ଅନ୍ତର୍ଜାତୀୟ କ୍ରିକେଟ୍ରେ ଆଡ୍ଜଷ୍ଟ କରିବା କଷ୍ଟକର। ସେଥିପାଇଁ ବୋଧେ ଧୋନି ପ୍ରଥମ ମ୍ୟାଚ୍ରେ ଟିକେଟ ଧୀମା ଖେଳୁଥିଲେ, କିନ୍ତୁ ଆଜିର ମ୍ୟାଚ୍ରେ ପ୍ରଦର୍ଶନ ଭଲ ଥିଲା। ଦିନେଶ କାର୍ତ୍ତିକ ମଧ୍ୟ ଭଲ ଖେଳିଥିଲେ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2SXrwyi
No comments:
Post a Comment