
ନୂଆଦିଲ୍ଲୀ: ଜଣାଶୁଣା ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନଙ୍କ ପାଇଁ ଅଡୁଆ ବଢ଼ିଛି। ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ନୋଟିସ୍ ଜାରି କରିଛି। ଏଥିରେ ବିଦେଶୀ ବିନିମୟ ପରିଚାଳନା ନିୟମ (Foreign Exchange Management Act) FEMA ର ଉଲ୍ଲଂଘନ କରାଯାଇଥିବା ଉଲ୍ଲେଖ ରହିଛି।
ମିଡିଆ ରିପୋର୍ଟ ଅନୁସାରେ, ରାହତ ଫତେ ଅଲିଙ୍କ ବିରୋଧରେ ଭାରତରେ ବିଦେଶୀ ମୁଦ୍ରା ଚୋରା ଚାଲାଣର ଅଭିଯୋଗ ଲାଗିଛି। ଇଡି ଏହି ବିଷୟରେ ରାହତଙ୍କୁ ଜବାବ ମାଗିଛି।
ସୂଚନା ଅନୁସାରେ, ଫତେ ଅଲି ଖାନ୍ ଅବୈଧ ଭାବେ ୩ ଲକ୍ଷ ୪୦ ହଜାର ୟୁଏସ୍ ଡଲାର୍ ରୋଜଗାର କରିଛନ୍ତି। ସେଥିରୁ ୨ ଲକ୍ଷ ୨୫ ହଜାର ଡଲାର୍ ଚୋରା ଚାଲାଣ କରିଛନ୍ତି।
ଏହି ଅଭିଯୋଗ ପ୍ରମାଣିତ ହେଲେ, ଚୋରା ଚାଲାଣ କରିଥିବା ଟଙ୍କା ଉପରେ ତାଙ୍କୁ ୩୦୦ ପ୍ରତିଶତ କ୍ଷତିପୂରଣ ଦେବାକୁ ପଡ଼ିବ। କ୍ଷତିପୂରଣ ନ ଦେଇ ପାରିଲେ ତାଙ୍କୁ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯିବ। ଏହା ସହିତ ଭାରତରେ ତାଙ୍କର କାର୍ଯ୍ୟକ୍ରମକୁ ବ୍ୟାନ ମଧ୍ୟ କରାଯାଇପାରେ।
ED issues notice to #Pakistani singer #RahatFatehAliKhan under Foreign Exchange Management Act (#FEMA); More details awaited. pic.twitter.com/KQiawxJJ4j
— APN NEWS (@apnnewsindia) January 30, 2019
ଏହା ପୂର୍ବରୁ ଅର୍ଥାତ ୨୦୧୧ ମସିହାରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଏୟାର୍ପୋର୍ଟରେ ରାହତ ଫତେ ଅଲି ଖାନ୍ ୧ ଲକ୍ଷ ୨୫ ହଜାର ଡଲାର୍ ସହ ଧରା ପଡ଼ିଥିଲେ। ଜବତ ଅର୍ଥର କାଗଜପତ୍ର ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ତାଙ୍କୁ ସେତେବେଳେ ଗିରଫ ବି କରାଯାଇଥିଲା।
ରାହତ ଫତେ ଅଲି ଖାନ୍ ବହୁ ବଲିଉଡ୍ ଫିଲ୍ମରେ ଗୀତ ଗାଇଛନ୍ତି। ରୋମାଣ୍ଟିକ୍ ଗୀତ ଗୁଡ଼ିକୁ ଅତି ସୁନ୍ଦର ଶୈଳୀରେ ଗାଉଥିବା ଯୋଗୁ ଦର୍ଶକ ତାଙ୍କୁ ବେଶ୍ ପସନ୍ଦ କରୁଛନ୍ତି। ପାକିସ୍ତାନୀ କଳାକାରଙ୍କୁ ଭାରତ ଆସିବା ଉପରେ ବ୍ୟାନ୍ ପରେ ମଧ୍ୟ ରାହତ ଫତେ ଅଲି ଖାନ୍ଙ୍କୁ ବଲିଉଡ୍ରେ ଗୀତ ଗାଇବା ପାଇଁ ସୁଯୋଗ ମିଳୁଛି। ସଲ୍ମାନ୍ଙ୍କ ବହୁ ଫିଲ୍ମରେ ରାହତ୍ ଗୀତ ଗାଇଛନ୍ତି।
from Odisha Reporter http://bit.ly/2G9vrVf
No comments:
Post a Comment