
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ଭାରତ ଜିତିବା ପାଇଁ ଉଦ୍ୟମ ଜାରି ରଖିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୦ ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ ଶେଷ ଖବର ସୁଦ୍ଧା ୧୧ ଓଭର୍ରେ ଗୋଟିଏ ୱିକେଟ୍ ହରାଇ ୩୩ ରନ୍ କରିଛି। କ୍ରିଜ୍ରେ ଅଧିନାୟକ ବିରାଟ୍ କୋହଲି ୯ ଓ ଶିଖର ଧୱନ ୧୫ ରନ୍ କରି ଅପରାଜିତ ରହିଛନ୍ତି। ଭାରତ ଏକମାତ୍ର ୱିକେଟ୍ ଭାବେ ରୋହିତ ଶର୍ମାଙ୍କୁ ହରାଇଛି।
ତେବେ ଭାରତର ବୋଲିଂ ବେଳେ ଅନେକ ଘଟଣା ଘଟିଥିଲା। ୟୁଜବେନ୍ଦର ଚହଲଙ୍କ ୬ ୱିକେଟ ଦଖଲ ହେଉ କିମ୍ବା ଧୋନି ଓ ଭୁବିଙ୍କ ମାଇଣ୍ଡ ଗେମ୍ରେ ଆରୋନ୍ ଫିଞ୍ଚ ଆଉଟ୍ ହେବା ଭଳି ଦୃଶ୍ୟ ସମସ୍ତେ ଦେଖିଛନ୍ତି। କିନ୍ତୁ ମ୍ୟାଚ୍ ସମୟରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନେଇଥିବା ଏକ ଅବିଶ୍ୱସନୀୟ କ୍ୟାଚ୍ର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମ୍ୟାଚ୍ର ୩୫ ତମ ଓଭର୍ରେ ଏଭଳି ଘଟଣା ଘଟିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ମହମ୍ମଦ ଶାମି ବୋଲିଂ କରୁଥିଲେ। ଏହାକୁ ମ୍ୟାକ୍ସୱେଲ ଫାଇନ୍ ଲେଗ୍ ଅଞ୍ଚଳକୁ ବଲ୍ଟିକୁ ମାରିଥିଲେ। ଏହି ସମୟରେ ଭୁବି ଦୌଡ଼ି ଦୌଡ଼ି ଆସି ଆଗକୁ ଲମ୍ଫ ମାରି କ୍ୟାଚ୍ଟିକୁ ଧରି ନେଇଥିଲେ। ଫଳରେ ୧୯ ବଲ୍ରେ ୨୬ ରନ୍ କରିଥିବା ମ୍ୟାକ୍ସୱେଲ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଆଜିର ମ୍ୟାଚ୍ରେ ଭୁବି ଦୁଇଟି ୱିକେଟ୍ ନେଇଛନ୍ତି।
ଦେଖନ୍ତୁ ଭିଡିଓ
What A catch #BhuvneshwarKumar
u beauty #AUSvIND #INDvsAUS #INDvAUS
pic.twitter.com/fztlzBwl0c
—
(@I_AM_SAHIL9) January 18, 2019
from Odisha Reporter http://bit.ly/2RwZFIE
u beauty
(@I_AM_SAHIL9)
No comments:
Post a Comment