ରାତିଅଧରେ ହଷ୍ଟେଲ୍ ଛାଡ଼ିଲେ ୨୯ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ରାତିଅଧରେ ହଷ୍ଟେଲ୍ ଛାଡ଼ିଲେ ୨୯ ଝିଅ

school

ମୋହନା(ମିହିର ଯତି): ପୁଣି ହଷ୍ଟେଲ ଛାଡ଼ିଲେ ଛାତ୍ରୀ। ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ହଷ୍ଟେଲ୍‌ରେ ଘଟିଛି ଏ ଘଟଣା। ୨୯ ଜଣ ଛାତ୍ରୀ ଏହି ହଷ୍ଟେଲ ଛାଡ଼ି ପଳାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏହି ଛାତ୍ରୀମାନେ ହଷ୍ଟେଲ ଛାଡ଼ିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍କୁଲ୍‌ କର୍ତ୍ତୃପକ୍ଷ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ହଷ୍ଟେଲ ଛାଡ଼ିଥିବା ଛାତ୍ରୀମାନଙ୍କ ମଧ୍ୟରୁ କେହି କେହି ଘରେ ପହଞ୍ଚି ନ ଥିବା ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଅଧିକାରୀ ଅନ୍ତେବାସୀଙ୍କୁ ସାହାଯ୍ୟ କରୁନଥିବା ଅଭିଯୋଗ ହୋଇଛି।

ସ୍କୁଲ୍‌ର ପ୍ରଧାନ ଶିକ୍ଷକ କହିଛନ୍ତି, କିଛି ଝିଅ ସେମାନଙ୍କ ଘରକୁ ଯାଇ ନାହାନ୍ତି। କେଉଁଠି ଲୁଚି କି ରହିଯାଇଛନ୍ତି।  ଆମେ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛୁ। ଶିକ୍ଷକମାନେ ସହଯୋଗ କରୁ ନଥିବା ନେଇ ସେମାନେ ପୂର୍ବରୁ ଅଭିଯୋଗ କରିଥିଲେ। ଏହାର ସମାଧାନ କରାଯାଇଥିଲା। ବୋଧହୁଏ ପୁଣି ସେମିତି କିଛି ସମସ୍ୟା ଉପୁଜିଛି।



from Odisha Reporter http://bit.ly/2Rl2nMy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages