ନିକିତା ମୃତ୍ୟୁ ମାମଲା: ଜେଲ୍‌ ଗଲେ ସ୍ୱାମୀ ଲିପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ନିକିତା ମୃତ୍ୟୁ ମାମଲା: ଜେଲ୍‌ ଗଲେ ସ୍ୱାମୀ ଲିପନ

nikita

କଟକ (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତା ବେହେରା ମୃତ୍ୟୁ ମାମଲାରେ ଜେଲ୍‌ ଯାଇଛନ୍ତି ତାଙ୍କ ସ୍ୱାମୀ ଲିପନ ସାହୁ। ଏସ୍‌ଡିଜେଏମ୍‌ କୋର୍ଟରେ ଲିପନ କରିଥିବା ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ନିକିତା ମୃତ୍ୟୁ ମାମଲାରେ ପୁଲିସ୍‌ ଲିପନଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ଦାୟୀ ବୋଲି ଆଜି ଡିସିପି ଅଖିଳେଶ୍ୱର ସିଂ କହିଥିଲେ। ସେ କହିଥିଲେ, “ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହେଇଥିଲା। ଏହି ସମୟରେ ନିକିତା ଛାତରୁ ଖସି ପଡ଼ିଥିଲେ।”

ସେ ଆହୁରି କହିଥିଲେ, “୨୦୧୬ ମସିହାରେ ଉଭୟଙ୍କ ବିବାହ ହୋଇଥିଲା। ୪ ମାସ ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା। ଏହାପରେ ଶାଶୂ ଓ ବୋହୁଙ୍କ ମଧ୍ୟରେ ରହିବା ଓ ଯିବା ଆସିବାକୁ ନେଇ ବିବାଦ ଦେଖା ଦେଇଥିଲା। ଏହା ପରେ ସ୍ୱାମୀସ୍ତ୍ରୀ ଅଲଗା ରହୁଥିଲେ। ଏହାପରେ ତାଙ୍କର ଏକ ପିଲା ହୋଇଥିଲା। ପିଲାଟି ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ତା’ର ଯତ୍ନ ନେବାକୁ ଘରେ ଆସି ରହିବାକୁ ସ୍ୱାମୀସ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହାପରେ ନିକିତା ଆସି ତାଙ୍କ ବାପ ଘରେ ରହୁଥିଲେ। ୪ ତାରିଖ ରାତି ଶୁକ୍ରବାର ଦିନ ଲିପନଙ୍କ ଶ୍ୱଶୁର ଘର ଆସିବାକୁ ନେଇ ବିବାଦ ଦେଖା ଦେଇଥିଲା। ସପ୍ତାହର ୩ ଦିନ (ଶୁକ୍ରବାର, ଶନିବାର ଓ ରବିବାର) ସେ ଆସିବାକୁ ସହମତି ଦେଇଥିଲେ। ହେଲେ ସେ କାହିଁକି ଆସି ରହୁନାହାନ୍ତି ବୋଲି ନିକିତା ପ୍ରଶ୍ନ କରିବାରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ି ଯିବାରୁ ଉଭୟ ଛାତ ଉପରକୁ କଥାବାର୍ତ୍ତା ହେବାକୁ ଯାଇଥିଲେ। ସେହି ସମୟରେ ଏହି ଘଟଣା ଘଟିଛି।”

ନିକିତାଙ୍କ ମୃତ୍ୟୁ ଶାଶୁ ବୋହୁ କଳିରେ ଆଉ ଏକ ଫର୍ଦ୍ଦ ହୋଇ ଯୋଡ଼ି ହୋଇଛି। ପାରିବାରିକ ଅଶାନ୍ତିର ନିଆଁରେ ଜଳିଯାଇଛି ନିକିତାଙ୍କ ଜୀବନ। ତେବେ ଲିପନ୍, ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ନା ଠେଲାପେଲା ବେଳେ ସେ ଖସି ପଡ଼ିଥିଲେ ତାକୁ ନେଇ ଅନ୍ଦେହ ଲାଗି ରହିଛି ବୋଲି ଡିସିପି କହିଛନ୍ତି।

ନିକିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ସନାତନ ବେହେରା ଅଭିଯୋଗ ଆଣିବା ସହ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତ ୪ ତାରିଖ ରାତିରେ ନିକିତା ଛାତରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୫ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଲିପନଙ୍କ ବାପା ଓ ମାଆଙ୍କ ନାଁରେ ମଧ୍ୟ ଘରୋଇ ହିଂସା ମାମଲା ରୁଜୁ ହୋଇଛି। ତେବେ ନିକିତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଲିପନ ତାଙ୍କୁ ଛାତରୁ ଠେଲି ଦେଇଥିବା ଅଭିଯୋଗକୁ ଲିପନଙ୍କ ଭଉଣୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୋ ଭାଇ ନିର୍ଦ୍ଦୋଷ। ସେ ସେଭଳି କାମ କରିପାରିବେନି। ଘରୋଇ ହିଂସା କଥା ସଂପୂର୍ଣ୍ଣ ମିଛ। ଭାଉଜ ଘରେ ରହୁ ନଥିଲେ।”



from Odisha Reporter http://bit.ly/2LVJPS5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages