ନିୟମିତ ଖାଉଥିଲେ ସାବଧାନ ରୁହନ୍ତୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନିୟମିତ ଖାଉଥିଲେ ସାବଧାନ ରୁହନ୍ତୁ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳଖିଆ ଦୋକାନକୁ ଗଲେ ସମସ୍ତଙ୍କର ପ୍ରଥମ ପସନ୍ଦ ଥାଏ ଦୋସା। କାହାକୁ ମସାଲା ଦୋସା ତ କାହାକୁ ପନିର୍‌ ଦୋସା ପସନ୍ଦ। କିଛି ଲୋକ ଭାବିଥାନ୍ତି, ଏଥିରେ କମ୍‌ ତେଲ ଦିଆଯାଉଛି, ତେଣୁ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ। କିନ୍ତୁ ଆପଣ ସେମିତି ଭାବନ୍ତୁନି। ଦୋସା ଖାଉଥିଲେ ଟିକେ ସାବଧାନ ଥିବେ। ଏହା କ୍ଷତିକାରକ ମଧ୍ୟ ହୋଇପାରେ। ନେଡିଗୁଡ କହୁଣୀକୁ ବହିବା ଆଗରୁ ସଚେତନ ହୁଅନ୍ତୁ।

ଆପଣ ଭାବୁଥିବେ ଏ ପାରମ୍ପରିକ ଖାଦ୍ୟଟିରେ ଏମିତି କ’ଣ ଅସୁବିଧା ଅଛି ବୋଲି।

ଗବେଷଣାରୁ ଜଣାପଡ଼ିଛି ଯେ, ଜଣେ ସୁସ୍ଥ ଲୋକକୁ ସାରା ଦିନ ଯେତିକି କ୍ୟାଲୋରୀ ଖାଦ୍ୟସାର ଆବଶ୍ରକ, ଗୋଟିଏ ମସାଲା ଦୋସା ତାହାର ଅଧା କ୍ୟାଲୋରୀ ଯୋଗାଇଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏକା ସହିତ ଏତେ ମାତ୍ରାରେ କ୍ୟାଲେରୀ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ ଖରାପ।

ଏହି ଗବେଷଣାରେ ବେଙ୍ଗାଲୁରୁରେ ବିକ୍ରି କରାଯାଉଥିବା ମସଲା ଦୋସାର କ୍ୟାଲୋରୀ କାଉଣ୍ଟ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି, ଏଥିରେ ୧୦୨୩ କ୍ୟାଲୋରୀ ରହିଛି। ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦୈନିକ ୨୨୦୦ କ୍ୟାଲୋରୀ ଖାଦ୍ୟସାର ଆବଶ୍ୟକତା ରହିଛି। ଏହି ଗବେଷଣାର ଫଳାଫଳ କିଛି ଦିନ ପୂର୍ବରୁ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଏହି ଗବେଷଣାରେ ଭାରତ, ବ୍ରାଜିଲ୍‌, ଚୀନ୍‌, ଫିନ୍‌ଲ୍ୟାଣ୍ଡ ଏବଂ ଘାନାର ଫାଷ୍ଟଫୁଡ୍‌ ରେସ୍ତେରାଁରେ ପରଷା ଯାଉଥିବା ଡିଶ୍‌ର କ୍ୟାଲୋରୀ କାଉଣ୍ଟ କରାଯାଇଥିଲା। ଏହି ଗବେଷଣା ପ୍ରଫେସର ରେବେକା ଲିଡ୍‌ କରିଥିଲେ। ରେବେକା କୁହନ୍ତି – “ଆମେ ନିୟମିତ ଯାହା ଖାଇଥାଉ, ସେଥିରେ ୬୦୦ କିଲୋ କ୍ୟାଲୋରୀରୁ ଅଧିକ କ୍ୟାଲୋରୀ କଣ୍ଟେଣ୍ଟ ରହିବା ଉଚିତ ନୁହେଁ।”

ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଫୁଲ୍‌ ସର୍ଭିସ୍‌ ରେସ୍ତୋରାଁରେ ପରଷା ଯାଇଥିବା ୯୪ ପ୍ରତିଶତ ଖାଦ୍ୟ ଏବଂ ଫାଷ୍ଟ ସର୍ଭିସ୍‌ ରେସ୍ତୋରାଁରେ ପରଷା ଯାଉଥିବା ୭୪ ପ୍ରତିଶତ ଖାଦ୍ୟରେ କ୍ୟାଲୋରୀ ମାତ୍ରା ୬୦୦ କିଲୋ କ୍ୟାଲୋରୀରୁ ଅଧିକ ରହିଛି। ଗବେଷଣାର ଫଳାଫଳ ଫୁଡ୍‌ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ ସହିତ ଶେୟାର କରାଯାଇଛି। ଏଥିସହିତ ରେସ୍ତୋରାଁରେ ବିକ୍ରି ହେଉଥିବା ଖାଦ୍ୟରେ କ୍ୟାଲୋରୀ ମାତ୍ରା ଲେଖିବା ବାଧ୍ୟତାମୂଳକ କରିବା ଲାଗି ନିବେଦନ କରାଯାଇଛି।



from Odisha Reporter http://bit.ly/2CIbe6Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages