ଯୋଗେଶ ଓ ପ୍ରକାଶଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଯୋଗେଶ ଓ ପ୍ରକାଶଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

jogeshprakash

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସର ସାଲେପୁର ବିଧାୟକ ପ୍ରକାଶ ବେହେରା ଓ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଏ ସଂକେତ ଦେଇଛନ୍ତି। ଆଜି ଅପରାହ୍ନ ୪ଟା ସୁଦ୍ଧା ଏହି ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଦଳ।

ଗତକାଲି ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତାଙ୍କ ପରେ ପ୍ରକାଶ ଓ ଯୋଗେଶ ବିଜେଡିରେ ଯୋଗ ଦେବେ ବୋଲି ଜୋର ଚର୍ଚ୍ଚା ହେଉଛି। ଏ ଦୁଇ ନେତା ବିଭିନ୍ନ ସମୟରେ ଦେଇଥିବା ବିଭିନ୍ନ ମନ୍ତବ୍ୟରୁ ଏହି ସଙ୍କେତ ମିଳୁଛି। ବିଭିନ୍ନ ସମୟରେ ଏଦୁହେଁ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ତିନି ଦିନ ତଳେ ପ୍ରକାଶ କହିଥିଲେ,“୨୦ ବର୍ଷ ହେଲା ରାଜ୍ୟରେ ବିଜେଡି ଭଲ କାମ କରୁଛି। ଦଳ ଏବେ ଭଲ ସ୍ଥିତିରେ ଅଛି। ଆମେ ଆମ ଜାଗାରେ ଅଛୁ। ଦଳର ହାଇକମାଣ୍ଡ କ’ଣ ଚାହୁଁଛନ୍ତି, ସେଇଟା ହେଉଛି କଥା। ଯଦି ସେମାନେ ଚାହିଁବେ ମୁଁ ଲଢ଼ିବି।” ତେବେ କେଉଁ ଦଳର ହାଇକମାଣ୍ଡ ତାହା ସେ ସ୍ପଷ୍ଟ କରି ନଥିଲେ।

ସେହିପରି ଗୋଟିଏ ଦିନ ପୂର୍ବରୁ ଯୋଗେଶ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ମଧ୍ୟ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।”

ଏହା ସହିତ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବେଳେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିପାରିବେନି ବୋଲି ଯୋଗେଶ ସ୍ପଷ୍ଟ ଭାବେ କହିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀର କେତେକ ଗ୍ରାମାଞ୍ଚଳରେ ମାସକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିବାରୁ ସେ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେନି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଇଁ ଜନତା ହେଉଛନ୍ତି ପ୍ରଥମ ହାଇକମାଣ୍ଡ। ଦଳ ହାଇକମାଣ୍ଡ ତାଙ୍କ ପାଇଁ ଦ୍ୱିତୀୟ।

ଏସବୁ କଥାକୁ ଦୃଷ୍ଟିରେ ରଖି ହୁଏତ କଂଗ୍ରେସ ତା’ର ଏ ଦୁଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। କାରଣ ହେମାନନ୍ଦ କାର୍ଯ୍ୟାନୁଷ୍ଠାନର କାରଣ ବିଷୟରେ କିଛି କହି ନାହାନ୍ତି। ସେହିପରି ନବ ଦାସ ଦଳ ଛାଡ଼ିବା ପୂର୍ବରୁ ତାଙ୍କୁ ବହିଷ୍କାର କରାଯାଇଥିଲା ବୋଲି ହେମାନନ୍ଦ କହିଛନ୍ତି।



from Odisha Reporter http://bit.ly/2svMh8N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages