
ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ରେ ପୁଣି ଧରା ପଡ଼ିଛନ୍ତି ୩ ପିଏଲ୍ଏଫ୍ଆଇ (PLFI) ସଦସ୍ୟ। ବୀରମିତ୍ରପୁର ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟନାରାୟଣ ନନ୍ଦ, ଟୁଲେଶ୍ୱର ନନ୍ଦ ଓ ଅଫେନ୍ଦୁ ନନ୍ଦ।
ଗତ ୨୦୧୮ ମାର୍ଚ୍ଚ ୧୬ ତାରିଖରେ କୁଆଁରମୁଣ୍ଡା ଥାନା କୁକୁଡ଼ବହଲଠାରେ ଅର୍ଜୁନ ଗୋପ ନାମକ ଜଣେ ବସ୍ ଡ୍ରାଇଭରକୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଏମାନେ ମୋଷ୍ଟ ୱାଣ୍ଟେଡ୍ ଥିଲେ। ଏମାନଙ୍କ ନାଁରେ ବୀରମିତ୍ରପୁର ଥାନା ସମେତ ରାଜଗାଙ୍ଗପୁର, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଦାଦାବଟି ଓ ହତ୍ୟା ଧମକ ଆଦି ମାମଲା ରହିଛି।
from Odisha Reporter http://bit.ly/2Mh0u2s
No comments:
Post a Comment