ସାମ୍ମୁଖ୍ୟରେ ସାମିଲ ହେବାକୁ କାହିଁକି ମନା କଲେ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ସାମ୍ମୁଖ୍ୟରେ ସାମିଲ ହେବାକୁ କାହିଁକି ମନା କଲେ ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବରିଷ୍ଠ ନେତା ବ୍ରଜ କିଶୋର ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ଗଢ଼ିଥିବା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅନିଚ୍ଛା ବ୍ୟକ୍ତ କରିଛନ୍ତି। ମାତ୍ର ଏହି ସାମ୍ମୁଖ୍ୟକୁ ନୈତିକ ସମର୍ଥନ ଦେବେ ବୋଲି କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ସାମ୍ମୁଖ୍ୟରେ ସାମିଲ ହେବା ପାଇଁ ଉଭୟ ଖାରବେଳ ଓ ବ୍ରଜ ତାଙ୍କ ପାଖକୁ ଭିନ୍ନ ଭିନ୍ନ ଭାବେ ଆସି ଆଲୋଚନା କରିଥିଲେ। କିନ୍ତୁ ତାଙ୍କର କୌଣସି ଦଳ ନଥିବାରୁ ସେ ସାମିଲ ହେବେ ନାହିଁ ବୋଲି ସେମାନଙ୍କୁ ଜଣାଇଥିଲେ। ସେ ନିଜେ ଏବେ ‘ଜନତା କ୍ରାନ୍ତି’ ନାଁରେ ଏକ ଦଳ ଗଠନ କରିବାକୁ ଚାହୁଁଛନ୍ତି। ଉକ୍ତ ଦଳରେ ସେ କୌଣସି ପଦପଦବୀରେ ରହିବେ ନାହିଁ କିନ୍ତୁ ସେହି ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।

ବିଜେଡି ଓ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ଏହି ସାମ୍ମୁଖ୍ୟ ଗଠନ ହୋଇଥିଲେ ମଧ୍ୟ ଡାକ୍ତର ରାଉତ ସେଥିରେ ସାମିଲ ହେବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଡାକ୍ତର ରାଉତଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖାରବେଳ ଓ ବ୍ରଜଙ୍କ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’ ପଛରେ ବିଜେପିର ହାତ ଅଛି।

ଆଗାମୀ ଦିନରେ ବିଜେପି ହୁଏତ ଏହି ସାମ୍ମୁଖ୍ୟକୁ ସମର୍ଥନ କରିପାରେ। କିନ୍ତୁ ଡାକ୍ତର ରାଉତ ବିଜେପିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଫାଇଦା ମିଳିବା ଭଳି କାର୍ଯ୍ୟ କରିବା ସପକ୍ଷରେ ନାହାନ୍ତି। ସେ ଦୀର୍ଘ ଦଶନ୍ଧି ଧରି ଅଣକଂଗ୍ରେସ ରାଜନୀତିରେ ରହିଥିଲେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ସେ କଂଗ୍ରେସ ସମର୍ଥନରେ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ନିଜର ଲଢ଼େଇକୁ ଶାଣିତ କରିବାକୁ ପ୍ରୟାସ କରୁଛନ୍ତି।



from Odisha Reporter http://bit.ly/2AXoJyb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages