
ୱାଶିଂଟନ୍: ବିଶ୍ୱର ସବୁଠାରି ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତାଙ୍କୁ କିଏ ବା ନ ଜାଣେ। ଥରେ ଚିନ୍ତା କରନ୍ତୁ ତ ଯଦି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଯଦି ବର୍ଗର୍ ଖାଇବା ପାଇଁ ଲାଇନ୍ରେ ଛିଡ଼ା ହେବେ। ତେବେ କିପରି ଲାଗିବ। ପ୍ରକୃତରେ ଏହା ସତ କଥା।
ନିକଟରେ ସୋଶାଲ ମିଡିଆରେ ବିଲ୍ ଗେଟସ୍ଙ୍କର ଏହିପରି ଏକ ଫଟୋ ଭାଇରାଲ୍ ହୋଇଛି, ଯାହାକୁ ଦେଖିବା ପରେ ଅନେକ ୟୁଜର୍ ବିଲ୍ ଗେଟସ୍ଙ୍କର ପ୍ରଶଂସା କରିଛନ୍ତି। ଏହି ଫଟୋରେ ବିଲ୍ ଗେଟସ୍ ଏକ ମେରୁନ୍ କଲର୍ ସ୍ୱେଟର୍ ଓ ଗ୍ରେ କଲର୍ ପ୍ୟାଣ୍ଟ୍ ପିନ୍ଧି ଲାଇନ୍ର ଛିଡ଼ା ହୋଇଥିବାର ଦେଖାଯାଇଛି। ମାଇକ୍ ଗୋଲସ୍ ନାମକ ଜଣେ ଫେସ୍ବୁକ୍ ୟୁଜର୍ ତାଙ୍କର ଏହି ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି।
ମାଇକ୍ ଏହି ଫଟୋଟିକୁ ଶେଆର୍ କରି ଲେଖିଛନ୍ତି, “ଯେତେବେଳେ ଆପଣଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବ ଏବଂ ଆପଣ ଦୁନିଆ ଇତିହାସରେ ସବୁଠାରୁ ବଡ଼ ଚ୍ୟାରିଟିକୁ ଚଲାଉଥିବେ, ଅନ୍ୟ ମାନଙ୍କ ପରି ବର୍ଗର୍ ଖାଇବା ପାଇଁ ଲାଇନ୍ରେ ଛିଡ଼ା ହୋଇଥିବେ।“
୨୦୧୧ରେ ବିଲ୍ ଗେଟସ୍ ଥରେ କହିଥିଲେ, “ମୁଁ ବୁଝି ପାରୁଛି ଯେ ସ୍ୱତନ୍ତ୍ରତା ଓ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ଲକ୍ଷ ଲକ୍ଷ ଡଲାର୍ ଆବଶ୍ୟକ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ, ଆମେ ଖାଇବାକୁ ଇଚ୍ଛା କରୁଥିବା ବର୍ଗର୍ ମୂଲ୍ୟକୁ ଦୋକୀନୀ ପରିବର୍ତ୍ତନ କରେ ନାହିଁ। ଆମେ ଯେତେ ଆଗକୁ ଗଲେ ମଧ୍ୟ ବର୍ଗର୍ର ମୂଲ୍ୟ ସମାନ ରହିଥାଏ।“
ସୋଶାଲ ମିଡିଆରେ ବିଲ୍ ଗେଟସ୍ଙ୍କର ଏହି ଫଟୋକୁ ଦେଖି ସାରିବା ପରେ ଅନେକ ୟୁଜର୍ ପ୍ରତିକ୍ରିୟା ଦେଇଛନ୍ତି ଏବଂ ବର୍ତ୍ତମାନ ତାଙ୍କର ସମସ୍ତେ ସୋଶାଲ ମିଡିଆରେ ବନ୍ଧୁ ହେବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି। ଏହା ସହିତ ବିଲ୍ ଗେଟସ୍ଙ୍କର ଏହି କାର୍ଯ୍ୟ ପାଇଁ ୟୁଜର୍ ତାଙ୍କୁ ଇଣ୍ଟର୍ନେଟ୍ରେ ଅନେକ ପ୍ରଶଂସା କରିଛନ୍ତି।
ବର୍ଗର୍ ଖାଇବାକୁ ଭଲ ପାଉଥିବା ବିଲ୍ ଗେଟସ୍ଙ୍କ ଜଣେ ବିନମ୍ର ସ୍ୱଭାବର ବ୍ୟକ୍ତି। ଯାହାର ଅନେକ ଉଦାହରଣ ରହିଛି।
ଯେତେବେଳେ ତାଙ୍କୁ ପରୋପକାର ବିଷୟରେ ପ୍ରଶ୍ନ କରାଯାଇଥିଲା, ସେ ନିଜର ସୁଖସୁବିଧାକୁ ଛାଡ଼ି ବିକାଶଶୀଳ ଦେଶଗୁଡ଼ିକର ବାସ୍ତବିକ ପରିବର୍ତ୍ତନ କରିବାକୁ ଚାହୁଁଥିବା ଥରେ କହିଥିଲେ।
In another instance, when when Microsoft was a public, prosperous company, he continued to fly in economy class. Unperturbed, he sat and read through the whole flight in the middle seat.
Being humble is the way “to go”
from Odisha Reporter http://bit.ly/2T3OZ13
No comments:
Post a Comment