ସିଡ୍‌ନୀରେ ଟସ୍‌ ଜିତିବା ଭାରତ ପାଇଁ ଏକ ଶୁଭ ଖବର; ଏହା ପଛରେ ରହିଛି ଦୁଇଟି କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ସିଡ୍‌ନୀରେ ଟସ୍‌ ଜିତିବା ଭାରତ ପାଇଁ ଏକ ଶୁଭ ଖବର; ଏହା ପଛରେ ରହିଛି ଦୁଇଟି କାରଣ

aus

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ସିଡ୍‌ନୀ ଟେଷ୍ଟ୍ ଆରମ୍ଭ ହୋଇଯାଇଛି। ଏହା ହେଉଛି ଚଳିତ ଗାଭାସ୍କର-ବର୍ଡର ଟ୍ରଫିର ଶେଷ ମ୍ୟାଚ୍। ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ତେଣୁ ଆଜିଠୁ ଆରମ୍ଭ ହୋଇଥିବା ଶେଷ ଟେଷ୍ଟ୍ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଅଷ୍ଟ୍ରେଲିଆ ଯେମିତି ହେଲେ ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତି ଭାରତ ସିରିଜ୍‌କୁ ୩-୧ରେ ହାତେଇବା ସହିତ ଇତିହାସ ରଚିବା ପାଇଁ ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଡ୍ର’ ହେଲେ ଭାରତ ୨-୧ରେ ସିରିଜ୍ ଜିତିବ ଓ ଇତିହାସ ରଚିବ। କାରଣ ଭାରତ କେବେ ବି ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତି ନାହିଁ।

ଆଜି ମ୍ୟାଚ୍‌ରେ ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ଏହି ସିରିଜ୍‌ରେ ଭାରତ ଲଗାତାର ଦ୍ୱିତୀୟ ଥର ପାଇଁ ଟସ୍ ଜିତିଛି। ତୃତୀୟ ଟେଷ୍ଟରେ ମେଲବର୍ଣ୍ଣରେ ଦଳ ଟସ୍ ଜିତିଥିଲା ଓ ତା’ ସହିତ ମ୍ୟାଚ୍ ବି ଜିତିଥିଲା। ସେହିଭଳି ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଟସ୍ ଜିତିଥିଲା ଓ ମ୍ୟାଚ୍ ବି ଜିତିଥିଲା।

ଆଜି ମ୍ୟାଚ୍‌କୁ ମିଶାଇଲେ ଲଗାତାର ୧୯ଥର ପାଇଁ ଭାରତ ଟେଷ୍ଟ୍ ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ଏଭଳି ନିଷ୍ପତ୍ତି ଭାରତ ପାଇଁ ସଫଳତା ଆଣି ଦେଇଛି। ଆଜିର ମ୍ୟାଚ୍ ପୂର୍ବରୁ ଭାରତ ଟସ୍‌ ଜିତି ଲଗାତାର ୧୮ଟି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୧୭ଟିରେ ବିଜୟୀ ହୋଇଛି।

ସେହିପରି ଟେଷ୍ଟ୍‌ ମ୍ୟାଚ୍‌ରେ ଟସ୍ ଜିତି ବିରାଟ କୋହଲି କେବେ ମ୍ୟାଚ୍ ହାରି ନାହାନ୍ତି। ଆଜି ମ୍ୟାଚ୍‌କୁ ବାଦ୍‌ ଦେଲେ ଏଯାଏ ବିରାଟ ୨୧ ଥର ଟସ୍ ଜିତିଛନ୍ତି। ଏଥିରୁ ଦଳ ୧୮ଟିରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚ୍ ଡ୍ର’ ରହିଛି।

ଇଂଲଣ୍ଡ ଗସ୍ତ ବେଳେ ଭାରତ ୫ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ସେଥିରେ କୋହଲି ଗୋଟିଏ ବି ଟସ୍ ଜିତି ନଥିଲେ। ତେବେ ସିରିଜ୍‌ରେ ଭାରତ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲା। ସେହିପରି ଦକ୍ଷିଣ ଆଫ୍ରିକାରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରେ ସେ ଗୋଟିଏ ଥର ଟସ୍ ଜିତିଥିଲେ ଓ ମ୍ୟାଚ୍ ବି ଜିତିଥିଲେ।
ଏହି କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ ମ୍ୟାଚ୍ ଡ୍ର’ ହେବ ପଛେ ଭାରତ ହାରିବାର ଚାନ୍ସ ନାହିଁ। ତେବେ କ୍ରିକେଟ୍‌ରେ କେତେବେଳେ କ’ଣ ହେବ କିଛି କହି ହେବନି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ୭ଟି ଟେଷ୍ଟ୍ ମ୍ୟାଚ୍‌ରୁ ୬ଟିରେ ଟସ୍ ହାରିଛନ୍ତି।

ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ତିନି ଥର ଟସ୍ ଜିତିବା ଭାରତ ପାଇଁ ଚତୁର୍ଥ ଥର ପାଇଁ ସମ୍ଭବ ହୋଇଛି। ଏହା ପୂର୍ବରୁ ୨୦୦୩-୦୪, ୧୯୯୧-୯୨ ଓ ୧୯୬୭-୬୮ରେ ଭାରତ ୩ ଥର ଲେଖାଏ ଟସ୍ ଜିତିଥିଲା।



from Odisha Reporter http://bit.ly/2GUgGrm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages