ଚୌକା ମାରି ଶୁଭାରମ୍ଭ କଲେ ଶୁଭମନ୍, ହେଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଚୌକା ମାରି ଶୁଭାରମ୍ଭ କଲେ ଶୁଭମନ୍, ହେଲେ…

subaman

ହାମିଲ୍‌ଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଚତୁର୍ଥ ଦିନିକିଆ ମ୍ୟାଚ୍ ହାମିଲ୍‌ଟନ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଶୁଭମନ୍ ଗିଲ୍‌। ପଞ୍ଜାବର ଏହି ବ୍ୟାଟ୍ସମ୍ୟାନ୍‌ ୨୦୧୭-୧୮ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ। ସେ ରଣଜୀ ଟ୍ରଫିରେ ପଞ୍ଜାବ ପକ୍ଷରୁ ବେଙ୍ଗଲ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ।

୧୯ ବର୍ଷୀୟ ଶୁଭମନ୍ ଆଜି ବିରାଟ କୋହଲିଙ୍କ ସ୍ଥାନରେ ତିନି ନମ୍ବରରେ ଖେଳିବାକୁ ଆସିଥିଲେ। ସେ ପ୍ରଥମ ୬ଟି ବଲ୍‌ରେ କିଛି ରନ୍ କରି ପାରି ନଥିଲେ। ହେଲେ ସପ୍ତମ ବଲ୍‌ରେ ଚୌକା ମାରି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରନ୍‌ ଆରମ୍ଭ କରିଥିଲେ। ତେବେ ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ।
ଶୁଭମନ ୨୧ଟି ବଲ୍‌ରେ ଗୋଟିଏ ଚୌକା ସହାୟତାରେ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଏକ ବଲ୍‌ରେ ମାର୍ଟିନ୍ ଗପ୍ଟିଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ।

ଅନ୍ୟପକ୍ଷରେ ଆଜି ଟିମ୍ ଇଣ୍ଡିଆକୁ ସଂଘର୍ଷ କରିବାକୁ ପଡ଼ିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଦଳ ୨୨.୧ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୫୫ ରନ୍ କରିଛି। ରୋହିତ ଶର୍ମା (୭), ଶିଖର ଧୱନ (୧୩), ଅମ୍ବାତି ରାୟୁଡୁ (୦), ଦୀନେଶ କାର୍ତ୍ତିକ (୦), କେଦାର ଯାଦବ (୧), ହାର୍ଦ୍ଦିକ ପାଣ୍ଡ୍ୟା (୧୬) ଓ ଭୁବନେଶ୍ୱର କୁମାର (୧) ଆଉଟ୍ ହୋଇଯାଇଛନ୍ତି।



from Odisha Reporter http://bit.ly/2HF70kQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages