ପୂର୍ବତନ ସିବିଆଇ ମୁଖ୍ୟଙ୍କ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କଲେ ଖାଡ଼ଗେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ପୂର୍ବତନ ସିବିଆଇ ମୁଖ୍ୟଙ୍କ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କଲେ ଖାଡ଼ଗେ

ନୂଆଦିଲ୍ଲୀ: ସିବିଆଇର ଦୁଇ ଶୀର୍ଷ ବଦାଧିକାରୀଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିବାପରେ ଶେଷରେ ଚାକିରିରୁ ବିଦା ହୋଇଥିବା ପୂର୍ବତନ ସିବିଆଇ ମୁଖ୍ୟଙ୍କ ସମ୍ପର୍କିତ ପ୍ରମୁଖ ତଥ୍ୟକୁ ସାର୍ବଜନୀନ କରିବାପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ। ଆଲୋକ ବର୍ମାଙ୍କ ହଟାଇବା ପାଇଁ ଗଠନ କରାଯାଇଥିବା ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଥିବା ଖାଡ଼ଗେ ଦାବି କରିଛନ୍ତି କମିଟିର ବୈଠକ ସମ୍ପର୍କିତ ତଥ୍ୟ ଏବଂ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌ ରିପୋର୍ଟ ସାର୍ବଜନୀନ କରାଯାଉ ଦର୍ଶାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

ସେ ଏହି ଅବସରରେ କହିଛନ୍ତି, “ସରକାରଙ୍କ ପଦକ୍ଷେପ ଦର୍ଶାଉଛି ଏହା ସ୍ୱାଧୀନଚେତା ସିବିଆଇ ନିର୍ଦ୍ଦେଶକଙ୍କ ଉପସ୍ଥିତିକୁ ଡରୁଛି। ସରକାର ନିଜକୁ ସ୍ୱଚ୍ଛ ପ୍ରମାଣିତ କରିବା ଦରକାର, ଏଥିପାଇଁ ରିପୋର୍ଟ ସର୍ବସାଧାରଣକୁ ଆସିଲେ ଲୋକେ ନିଜେ ଜାଣିପାରିବେ।”

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ହଟାଇବା ପାଇଁ ଗଠନ କରାଯାଇଥିବା ଉଚ୍ଚସ୍ତରୀୟ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଧିକ ସଦସ୍ୟ ଥିବା ବିରୋଧୀ ଦଳର ନେତା ଭାବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବ୍ୟତୀତ ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ୍‌ ଗୋଗୋଇଙ୍କ ପ୍ରତିନିଧି ଜଷ୍ଟିସ୍‌ ଏକେ ସିକ୍ରି ମଧ୍ୟ ସଦସ୍ୟ ଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଆଲୋକ ବର୍ମାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଥିବା ନେଇ ଭିଜିଲାନ୍ସ ରିପୋର୍ଟରେ କୌଣସି ପ୍ରମାଣ ନାହିଁ। ଏହି ରିପୋର୍ଟ ସମେତ ଏହି ମାମଲାକୁ ନିରୀକ୍ଷଣ କରୁଥିବା ଜଷ୍ଟିସ୍‌ ଏକେ ପଟ୍ଟନାୟକଙ୍କ ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଉ ବୋଲି ସେ ଦାବି କରିଛନ୍ତି।

ସେ କହିଛନ୍ତି କମିଟିର ବୈଠକରେ ସେ ଆଇନ ଅନୁଯାୟୀ ବିଚାର କରିବାକୁ ଦାବି କରିଥିଲେ ହେଁ ସେମାନେ ଭିଜିଲାନ୍ସ ରିପୋର୍ଟ ଆଧାରରେ ବିଚାର କରିଥିଲେ, ଯାହାକି ଜଷ୍ଟିସ୍‌ ପଟ୍ଟନାୟକ ଅଗ୍ରାହ୍ୟ କରିସାରିଛନ୍ତି।



from Odisha Reporter http://bit.ly/2FykEUh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages