
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ରାସ୍ତା ତଳକୁ ଖସିଲା ବସ୍। ତେବେ ସୌଭାଗ୍ୟବଶତଃ ଏହା ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଆଜି ସକାଳୁ ସକାଳୁ ଏ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।
ଦ୍ୱିବେଦୀ ନାମକ ଏକ ଘରୋଇ ବସ୍ ରାଜନଗରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ବଜାର ନିକଟରେ ଏହା ହଠାତ୍ ରାସ୍ତା ତଳକ ଖସି ଯାଇଥିଲା। ଫଳରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଏପରି ଘଟିଥିବା କୁହାଯାଉଛି। ବସ୍ର ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍ରେ ୫୦ରୁ ଅଧିକ ଲୋକ ବସିଥିଲେ।
ଗତକାଲି କନ୍ଧମାଳ ଜିଲ୍ଲାରେ ଏକ ମିନି ଟ୍ରକ୍ ଓଲଟି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2B8y1Yz
No comments:
Post a Comment