ଆପଣଙ୍କୁ ଫ୍ଲୋରୋସିସ୍‌ ହୋଇଛି କି ? ଶୀଘ୍ର ଚିହ୍ନନ୍ତୁ ଲକ୍ଷଣ, ନଚେତ ବିକଳାଙ୍ଗ ହୋଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଆପଣଙ୍କୁ ଫ୍ଲୋରୋସିସ୍‌ ହୋଇଛି କି ? ଶୀଘ୍ର ଚିହ୍ନନ୍ତୁ ଲକ୍ଷଣ, ନଚେତ ବିକଳାଙ୍ଗ ହୋଇପାରନ୍ତି

ଭୁବନେଶ୍ୱର: ଫ୍ଲୋରୋସିସ୍‌ ଏକ ପ୍ରକାର ସଂକ୍ରାମକ ରୋଗ। ଏହି ରୋଗ ସାଧାରଣତଃ ଫ୍ଲୋରାଇଡ୍‌ର ମାତ୍ରା ଅଧିକ ଥିବା ଜଳ ଯୁକ୍ତ ଖାଦ୍ୟ ଖାଇଲେ ହୋଇଥାଏ। ମୁଖ୍ୟତଃ କଳା ଚା, ଲେମ୍ବୁ ଚା, ସୈନ୍ଧବ ଲବଣ, ତମାଖୁ, ଗୁଆ, ଡବାରେ ଥିବା ଫଳରସ, ଗୁପ୍‌ଚୁପ୍, ଚାଟ୍ ପରି ଫ୍ଲୋରାଇଡ୍‌ର ପରିମାଣ ଅଧିକ ଥିବା ଖାଦ୍ୟ ଖାଇବା ଦ୍ୱାରା, ଫ୍ଲୋରାଇଡ୍ ଯୁକ୍ତ ଟୁଥ୍‌ପେଷ୍ଟ ଏବଂ ମୁଖଶୋଧକ ବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଏହି ରୋଗ ହେଲେ ଆମ ଶରୀରର ଅନେକ ସମସ୍ୟା ହୁଏ। ଖୁବ୍‌ଶୀଘ୍ର ବାଦ୍ଧର୍କ୍ୟ ମାଡ଼ିଆସେ। ରୋଗୀ ବକିଳାଙ୍ଗ ଏବଂ ଅକମର୍ଣ୍ୟ ହୋଇଯାଏ ।ଏହା ସାଧାରଣତଃ ଜଣାପଡ଼େ ନାହିଁ। ହେଲେ ଯଦି ଏହାର ଲକ୍ଷଣ ଗୁଡ଼ିକୁ ଚିହ୍ନି ଆମେ ଉଚିତ୍‌ ସମୟରେ ଏହାର ଚିକିତ୍ସା କରାଇ ନେବା ତେବେ ଏହା ଭଲ ହୋଇପାରେ।

ଲକ୍ଷଣ: ରୋଗୀର ଉପର ମାଢ଼ିର ଡାହାଣ ଦାନ୍ତରେ ଧଳା ରେଖା ପଡ଼ିବା, ପିଲାମାନଙ୍କ ଦାନ୍ତରେ ଧଳା ଦାଗ କିମ୍ବା କଷରା ଚିହ୍ନ ହୋଇ ଦୁର୍ବଳ ହୋଇ ଖସିପଡ଼େ। ବୟସ୍କ ଲୋକମାନଙ୍କର ମେରୁଦଣ୍ଡ ଏବଂ ମୁଖ୍ୟ ଗଣ୍ଠିସବୁ କଠିନ ହୋଇ ଅଚଳ ହୋଇଯିବା, ଗୋଡ଼ ଧନୁ ପରି ବଙ୍କା ହୋଇଯିବା, ମାଂସପେଶୀ ଦୁର୍ବଳତା, ରକ୍ତହୀନତା, ଅବସାଦ, ସ୍ନାୟୁଦୁର୍ବଳତା, ପେଟ ଦରଜ, କୋଷ୍ଠ କାଠିନ୍ୟ କିମ୍ବା ପତଳା ଝାଡା ପ୍ରଭୃତି ହୁଏ ।

ପ୍ରତିକାର: ଫ୍ଲୋରୋସିସ୍ ରୋଗର କାରଣଗୁଡ଼ିକଠାରୁ ଦୂରେଇ ରହିବା । ଫ୍ଲୋରାଇଡ୍ ପ୍ରଦୂଷିତ ପାଣି ବ୍ୟବହାର ନ କରିବା। ଏହି ରୋଗରୁ ଦୂରେଇ ରହିବା ପାଇଁ ବା ମୁକ୍ତି ପାଇବା ପାଇଁ କ୍ୟାଲସୟିମ୍, ଭଟିାମନି ଡି, ଭଟିାମିନ୍ ସି, ଲୌହସାର ଏବଂ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟପଦାର୍ଥ ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। ଏଗୁଡ଼ିକ ହେଲା ଦୁଧ, ଦହି, ଛେନା, ତେନ୍ତୁଳିରସ, ନିମପତ୍ର, ସମସ୍ତ ପ୍ରକାରର ତଟକା ସବୁଜ, ପନିପରିବା। ବିଭିନ୍ନ ପ୍ରକାରର ଶାଗ, ଅଁଳା, ପିଜୁଳି, ଆତ, ଲେମ୍ବୁ, କମଳା, ଅଙ୍ଗୁର, ସେଓ, ଡାଳିମ୍ବ, ସପୁରି, ବରକୋଳି, ଜାମୁକୋଳି, ଗଜାମୁଗ ଓ ବୁଟ, ଗୁଡ଼, ଅଦା, ଲବଙ୍ଗ, ଗୋଲମରିଚ, ଚୁନାମାଛ, ଇତ୍ୟାଦି। ଏହି ସବୁ ଜିନିଷକୁ ନିଜ ଦୈନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

 

 



from Odisha Reporter http://bit.ly/2VRPxcj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages