
କଟକ (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଲିପନ ସାହୁ ଦାୟୀ। ଏପରି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଡିସିପି ଅଖିଳେଶ୍ୱର ସିଂ। ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ବୋଲି ସେ କହିଛନ୍ତି।
ଡିସିପି ଆହୁରି କହିଛନ୍ତି, “ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିବା ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହେଇଥିଲା। ଏହି ସମୟରେ ନିକିତା ଛାତରୁ ଖସି ପଡ଼ିଥିଲେ।”
ଲିପନର ବାପା ମାଆଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଉଭୟଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି ବୋଲି ଡିସିପି କହିଛନ୍ତି।
ନିକିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ସନାତନ ବେହେରା ଅଭିଯୋଗ ଆଣିବା ସହ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ଗତ ୪ ତାରିଖ ରାତିରେ ନିକିତା ଛାତରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୫ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦେଖନ୍ତୁ ସ୍ୱାମୀଙ୍କ ସହ ନିକିତାଙ୍କର କିଛି ଫାଇଲ୍ ଫଟୋ

from Odisha Reporter http://bit.ly/2VEaXcv
No comments:
Post a Comment