ରୁମ୍‌ ହିଟର୍‌ ବ୍ୟବହାର କରୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ରୁମ୍‌ ହିଟର୍‌ ବ୍ୟବହାର କରୁଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ କ୍ଷତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତଦିନେ ତାପମାତ୍ରା କମିବା ଯୋଗୁ ଲୋକେ ଶୀତରେ ହନ୍ତସନ୍ତ ହୋଇଥା’ନ୍ତି। ବିଶେଷ କରି ଛୁଆ ଓ ବୟସ୍କ ଲୋକ ଶୀତରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। କିଛି ଲୋକ ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ରର ସହାୟତା ନେଇଥା’ନ୍ତି ଏବଂ ଆଉ କିଛି ଲୋକ ନିଜ ଘରେ ରୁମ୍‌ ହିଟର୍‌ ଲଗାଇଥା’ନ୍ତି।

ଏହି ହିଟର୍‌ ଦ୍ୱାରା ରୁମ୍‌ର ତାପମାତ୍ରାକୁ ବଢ଼ା ଯାଇଥାଏ। ଏବେ ବଜାରରେ ବିଭିନ୍ନ ରକମର ଇଲେକ୍‌ଟ୍ରନିକ୍‌ ରୁମ୍‌ ହିଟର୍‌ ଉପଲବ୍ଧ ହେଉଛି। କେତେକ ଅଟୋମେଟିକ୍‌ ହୋଇଥିବା ବେଳେ ଆଉ କିଛି ରୁମ୍‌ ହିଟର୍‌କୁ ତାପମାତ୍ରା ଅନୁସାରେ ଆଡଜଷ୍ଟ୍‌ କରିବାକୁ ପଡ଼ିଥାଏ।
ଏହି ହିଟର୍‌ ଆପଣ ରୁମ୍‌ରେ ଲଗାଇବା ପରେ ଶୀତରୁ ରକ୍ଷା ପାଇଥା’ନ୍ତି ସତ, କିନ୍ତୁ ଆପଣ ଜାଣିଛନ୍ତି କି, ଏହି ରୁମ୍‌ ହିଟର୍‌ ଆପଣଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ।

ଏବେ ଆସନ୍ତୁ ଜାଣିବା, ରୁମ୍‌ ହିଟର୍‌ ବ୍ୟବହାର କରିବାବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

୧. ରୁମ୍‌ ହିଟର ପାଖରେ କାଗଜ, କମ୍ବଳ‌ ଓ କାଠରେ ତିଆରି କୌଣସି ଜିନିଷ ରଖନ୍ତୁ ନାହିଁ। ଅଧିକ ଯିବା ଆସିବା କରାଯାଉଥିବା ସ୍ଥାନରେ ଏହି ହିଟର୍‌ ରଖନ୍ତୁ ନାହିଁ।

୨. ଛୋଟ ପିଲାଙ୍କ ହାତ ନ ପାଇବା ସ୍ଥାନରେ ହିଟର୍‌ ରଖନ୍ତୁ। ଏହାକୁ କୌଣସି ସ୍ଥାନର କୋଣରେ ରଖନ୍ତୁ। ହିଟର୍‌କୁ ମଝିରେ ମଝିରେ ବନ୍ଦ କରନ୍ତୁ ଓ କବାଟ ଖୋଲା ରଖନ୍ତୁ।

୩. ହିଟର୍‌ ପାଖରେ ବସି ନ ଥିବାବେଳେ ଏହାକୁ ବନ୍ଦ ରଖନ୍ତୁ। କୋଠରୀ ବନ୍ଦ ରଖି ହିଟର ଅନ୍‌ କରନ୍ତୁ ନାହିଁ। ନଚେତ୍‌ ଏଥିରୁ ନିର୍ଗତ କାର୍ବୋନ୍‌ ମନୋକ୍ସାଇଡ୍‌ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ। ବିଛଣାକୁ ଗଲାବେଳେ ହିଟର୍‌ ଅନ୍‌ କରି ଶୁଅନ୍ତୁ ନାହିଁ। ନଚେତ୍‌ ନିଃଶ୍ୱାସ ବନ୍ଦ ହୋଇ ଯାଇପାରେ।

୪. ଯେଉଁମାନଙ୍କର ହୃଦ୍‌ରୋଗ, ଶ୍ୱାସରୋଗ କିମ୍ବା କାଶ ଭଳି ସମସ୍ୟା ରହିଛି, ସେମାନେ ବ୍ଲୋଅର ହିଟର୍‌ ବ୍ୟବହାର କରିବା ଉଚିତ ନୁହେଁ।

୫. କୋଠରୀରେ ଗରମ ପାଣି ରଖନ୍ତୁ। ଯାହାଫଳରେ ବ୍ଲୋଅର୍‌ କାରଣରୁ ପବନ ଶୁଷ୍କ ହେବ ନାହିଁ।

୬. ରୁମ୍‌ ହିଟର୍‌ ଚର୍ମ ପାଇଁ ମଧ୍ୟ ଭଲ ନୁହେଁ। ହିଟର୍‌ ସାମ୍ନାରେ ଦୀର୍ଘ ସମୟ ବସିବା ଫଳରେ ଚର୍ମ ଶୁଷ୍କ ହୋଇଯାଏ। ଫଳରେ ଚର୍ମ କୁଣ୍ଡାଇ ହୋଇପାରେ।

୭. ରୁମ୍‌ ହିଟର୍‌ ଲଗାଇବା ଦ୍ୱାରା ଆଖି ଶୁଷ୍କ ହେବା ସହ ଆଖି ପୋଡ଼ିପାରେ। ଯଦି ଆପଣ ହିଟର୍‌ କିମ୍ବା ବ୍ଲୋଅର୍‌ ସାମ୍ନାରେ ବସିବାକୁ ବାଧ୍ୟ ହେଉଛନ୍ତି, ତେବେ ହାଲୁକା ଉଷୁମ ପାଣି ପିଅନ୍ତୁ। ଏହାବ୍ୟତୀତ ଚା’ କଫି, ସୁପ୍‌ ଆଦି ପିଅନ୍ତୁ ଏବଂ ଚର୍ମରେ ମୋୟଶ୍ଚରାଇଜର୍‌ ଲଗାନ୍ତୁ।



from Odisha Reporter http://bit.ly/2RGlRzl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages