ମାତିଛନ୍ତି ହାତୀ, ଆତଙ୍କରେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ମାତିଛନ୍ତି ହାତୀ, ଆତଙ୍କରେ ଲୋକେ

elephant-677

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଝୁମ୍ପୁରା ବ୍ଲକ୍‌ ଅଫିସ ପାଖରେ ଥିବା ଆମ୍ବ ବଗିଚାରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଆଜି ସକାଳେ ବାଲିବନ୍ଧ ପଟୁ ହାତୀ ଆସି ଆମ୍ବ ବଗିଚାରେ ଅଛନ୍ତି। ୮ ଟି ହାତୀ ପ୍ରବେଶ କରିବାକୁ ନେଇ ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି।

ହାତୀ ପଲ ଉଖୁଣ୍ଡା ଫରେଷ୍ଟର ହରିପଶି ଗ୍ରାମ୍ୟ ଜଙ୍ଗଲରୁ ଆସି ରାଇକଳା ହୋଇ ଝୁମ୍ପୁରା ବଜାର ନିକଟରେ ଥିବା ଆମ୍ବ ବଗିଚାରେ ଅଟକିଛନ୍ତି। କାଳେ ଜନବସତି ଭିତରେ ହାତୀ ପଶିଯିବେ ସେ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଗୁଡ଼ିକୁ ଘଉଡ଼ାଇବା ଲାଗି ଉଦ୍ୟମ କରୁଛନ୍ତି ।

 



from Odisha Reporter http://bit.ly/2EZJsUT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages