ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବାହା ହୋଇଥିଲେ? ବୟଫ୍ରେଣ୍ଡ୍‌ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବାହା ହୋଇଥିଲେ? ବୟଫ୍ରେଣ୍ଡ୍‌ ଅଟକ

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରୀ ଆଲବମ୍‌ ଅଭିନେତ୍ରୀ ‘ସେଲ୍‌ଫି ବେବୋ’ ସିମ୍‌ରନ୍‌ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍‌ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍‌ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା ପୁଲିସ କହିଛି।

ଗତକାଲି ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ ସେ ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ଭଏସ୍ ମେସେଜ୍ ପଠାଇଥିବା କୁହାଯାଉଛି। ଏହି ଅଡିଓଟି ଏବେ ଭାଇରାଲ୍ ହୋଇଛି। କିନ୍ତୁ ସେ ଅଡିଓ ଯେ ସିମ୍‌ରନ୍‌ଙ୍କର ତାହା ସ୍ପଷ୍ଟ ହୋଇନି କିମ୍ବା ପୁଲିସ୍ କିଛି କହିନି।

ଏହି ଅଡିଓରେ କୁହାଯାଉଛି- ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲି ଯାଉଛି। ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ମଧ୍ୟ ଏହି ଭଏସ୍ ମେସେଜରେ କହିଛନ୍ତି। ମୁଁ ନାଟକ କରୁନି। ତୁମେ ଭାବନି ନାଟକ ବୋଲି। ମୁଁ ଭାଙ୍ଗି ଯାଇଛି। ଆଉ ସହି ହେଉ ନାହିଁ। ପୂର୍ବରୁ କହିଥିଲେ, ମୁଁ ସବୁ ଛାଡ଼ିକି ପଳାଇ ଯାଇଥାନ୍ତି। ବିଶ୍ୱାସ କର ମୁଁ ତୁମର ନାଁ ୟୁଗ ଲେଖିଛି। ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ। ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ।”

ପଶ୍ଚିମ ଓଡ଼ିଶାରେ ସିମରନ୍‌ ଜଣେ ଲୋକପ୍ରିୟ ଆଲ୍‌ବମ୍‌ ଅଭିନେତ୍ରୀ। ବହୁ ଚର୍ଚ୍ଚିତ ସମ୍ବଲପୁରୀ ଆଲବମ୍‌ ‘ସେଲ୍ଫି ବେବୋ’ ଜରିଆରେ ପଶ୍ଚିମ ଓଡ଼ିଶାର ଘରେଘରେ ପରିଚିତ ହୋଇ ପାରିଥିଲେ। ଏହା ବ୍ୟତୀତ ତାଙ୍କ ଆଉ ଗୋଟିଏ ଲୋକପ୍ରିୟ ଆଲବମ୍‌ ହେଉଛି ‘ରିକ୍ସାବାଲା ରିଟର୍ଣ୍ଣ’।



from Odisha Reporter http://bit.ly/2F8pM19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages