ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୯ ସେବାୟତଙ୍କୁ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୯ ସେବାୟତଙ୍କୁ ନୋଟିସ୍‌

jagannathtemple

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ବ୍ରହ୍ମବିଭ୍ରାଟ ପ୍ରସଙ୍ଗରେ ୯ ଜଣ ସେବାୟତଙ୍କୁ ନୋଟିସ୍‌ ଜାରି କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଦଇତାପତି ସେବାୟତ। ଆଉ ଜଣେ ହେଉଛନ୍ତି ମହାରଣା ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି।

ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,ବ୍ରହ୍ମ ପରିବର୍ତ୍ତନରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଏହି ସେବାୟତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୈଫିୟତ ମଗାଯାଇଥିଲା। ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ସେମାନଙ୍କୁ ପୁଣି ଥରେ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି।

ଶ୍ରୀଜିଉଙ୍କ ନବକଳେବରରେ ଘଟ ପରିବର୍ତ୍ତନ ଏକ ଗୁପ୍ତ ସେବା ହୋଇଥିବାବେଳେ ଏଥିରେ ଅବହେଳା ପ୍ରଦର୍ଶନ ଯୋଗୁଁ ଘଟ ପରିବର୍ତ୍ତନ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଥିଲା।



from Odisha Reporter http://bit.ly/2QIjyr6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages