
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ଙ୍କ ଲୋକପ୍ରିୟତା ବିଷୟରେ କାହାକୁ ବା ଅଜଣା। ତାଙ୍କ ଅଭିନୟର ଯାଦୁ ବିଷୟରେ ତ’ ସମସ୍ତେ ଜାଣନ୍ତି । ଶାହାରୁଖ୍ଙ୍କ ଫ୍ୟାନ୍ ସମଗ୍ର ଦେଶରେ ଅଛନ୍ତି। ତାଙ୍କ ପାଇଁ ପ୍ରଶଂସକମାନେ କେତେ କ’ଣ କରନ୍ତି ତାର ଶହ ଶହ ଉଦାହରଣ ରହିଛି। ଏବେ ସେମିତି କିଛି ନଜର ସାମ୍ନାକୁ ଆସିଛି ଯାହାକୁ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍।
କଥା ହେଉଛି ନିକଟରେ ଶଶି ଥରୁର କେରଳର ମୁନ୍ନାର ଅଞ୍ଚଳଙ୍କୁ ଯାଇଥିଲେ। ସେ ଯେଉଁ ହୋଟଲ୍ରେ ରହିଥିଲେ ସେହି ହୋଟେଲ୍ର ଗୋଟିଏ କୋଠରୀ ସମ୍ପୂର୍ଣ୍ଣ ଭାବେ ଶାହାରୁଖ୍ ଖାନ୍ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। ଅର୍ଥାତ କାନ୍ଥଠାରୁ ଆରମ୍ଭ କରି ସବୁ ସ୍ଥାନରେ ଶାହାରୁଙ୍କ ଛାପ ରହିଛି।
Dear @iamsrk, when on a brief visit to Munnar yesterday I took rest in the room you occupied in 2013, which has been converted into a shrine for you & #ChennaiExpress! Every wall is decorated w/posters of the film &the suite is dominated by this cut-out of you. No place for rest! pic.twitter.com/hFUYCgXLEc
— Shashi Tharoor (@ShashiTharoor) January 21, 2019
ଶଶି ଥରୁର୍ ବି ସେହି ରୁମ୍ରେ ରହିଥିଲେ। ଆଉ ସେହି ରୁମ୍ରେ ଥିବା ଶାହାରୁଖଙ୍କ ଫଟୋ ସହ ସେଲ୍ଫି ନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲ୍ରେ ଶେଆର କରିଛନ୍ତି ଶଶି।
ଶାହାରୁଖ୍ଙ୍କୁ ସମ୍ବୋଧନ କରି ଶଶି ଲେଖିଛନ୍ତି ଯେ, ‘‘ପ୍ରିୟ ଶାହାରୁଖ୍ ଯେତେବେଳେ ମୁଁ ମୁନ୍ନାର ଯାଇଥିଲି ସେତେବେଳେ ମୁଁ ସେହି ରୁମ୍ରେ ରହିଥିଲି। ଯେଉଁଠି ୨୦୧୩ରେ ତୁମେ ରହିଥିଲ। ଏବେ ସେହି ରୁମ୍ ତୁମର ଓ ଚେନ୍ନାଇ ଏକ୍ସପ୍ରେସ୍ର ସ୍ମୁତିକୁ ସାଇତା ହୋଇ ରଖାଯାଇଛି। କାନ୍ଥସାରା ଆପଣଙ୍କର ହିଁ ପ୍ରତିଛବି ଆଉ ଆପଣଙ୍କ ପ୍ରତିମୂର୍ତ୍ତି ହିଁ ରହିଛି। ଘର ସାରା ଆପଣଙ୍କ ପୋଷ୍ଟର। ସତେ ଯେମିତି ବିଶ୍ରାମ ନେବାକୁ ଏଠାରେ ଜାଗା ନାହିଁ।’’
from Odisha Reporter http://bit.ly/2B0X2Vl
No comments:
Post a Comment