
ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ରାଜ୍ୟରେ ଥିବା ଅଟଳ ସେବା କେନ୍ଦ୍ରଗୁଡ଼ିକର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛି। ଏବେ ଅଟଳ ସେବା କେନ୍ଦ୍ରଗୁଡ଼ିକର ନାଁ ରାଜୀବ ଗାନ୍ଧି ସେବା କେନ୍ଦ୍ର ହେବ।
ପୂର୍ବରୁ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ରାଜୀବ ଗାନ୍ଧି ସେବା କେନ୍ଦ୍ରର ନାଁ ବଦଳାଇ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଟଳ ସେବା କେନ୍ଦ୍ର କରିଥିଲା। ଏବେ କଂଗ୍ରେସ କ୍ଷମତାକୁ ଫେରିଥିବାରୁ ପୁଣି ଏହାକୁ ବଦଳାଇବ।
ଏହି କେନ୍ଦ୍ରଗୁଡ଼ିକ ଗାଁର ପଞ୍ଚାୟତ ସ୍ତରରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, “ଆମେ ଏହି କେନ୍ଦ୍ରଗୁଡ଼ିକର ନାଁ ରାଜୀବ ଗାନ୍ଧି ଅଟଳ ସେବା କେନ୍ଦ୍ର କରିବାକୁ ଚାହୁଁଥିଲୁ। କିନ୍ତୁ ହାଇକୋର୍ଟ ଏଥିପାଇଁ ଅନୁମତି ନ ଦେଇ କେବଳ ରାଜୀବ ଗାନ୍ଧି ସେବା କେନ୍ଦ୍ର ରଖିବାକୁ କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଏପରି କରାଯାଉଛି।”
ରାଜସ୍ଥାନରେ ୧୦ ହଜାର ରାଜୀବ ଗାନ୍ଧି ସେବା କେନ୍ଦ୍ର ପଞ୍ଚାୟତ ଓ ପଞ୍ଚାୟତ ସମିତି ସ୍ତରରେ ରହିଛି।
from Odisha Reporter http://bit.ly/2W90MwO
No comments:
Post a Comment