ମନସ୍କାମନା ପୂରଣ ପାଇଁ କରନ୍ତୁ ଏହି ସବୁ ବ୍ରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ମନସ୍କାମନା ପୂରଣ ପାଇଁ କରନ୍ତୁ ଏହି ସବୁ ବ୍ରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାର୍ମିକ ବିଚାରଧାରା ଅନୁସାରେ ଦେବ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ବା ଉପବାସ ରଖିବା ଆବଶ୍ୟକ। ବିଶ୍ୱାସ ରହିଛି, ବ୍ରତ ବା ଉପବାସ ପାଳନ କଲେ ଦେବୀ ଦେବତା ପ୍ରସନ୍ନ ହୋଇ ଭକ୍ତଙ୍କୁ ମନୋବାଞ୍ଛିତ ଫଳ ପ୍ରଦାନ କରନ୍ତି। ତେବେ ବ୍ରତ ବା ଉପବାସର ଆଧ୍ୟତ୍ମିକ ସହ ବୈଜ୍ଞାନିକ ମହତ୍ୱ ବି ରହିଛି। ବିଜ୍ଞାନ ଅନୁସାରେ, ବ୍ରତ ବା ଉପବାସ କରିବା ଦ୍ୱାରା ଶରୀର ସୁସ୍ଥ ରହେ। ଆଧ୍ୟାତ୍ମିକତା ଅନୁସାରେ, ବ୍ରତ କରିବା ଦ୍ୱାରା ମନ ଓ ଆତ୍ମା ନିୟନ୍ତ୍ରିତ ରହିଥାଏ। ତେବେ ମନସ୍କାମନା ପୂର୍ଣ୍ଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ରତ ରହିଛି।

ଆସନ୍ତୁ ଜାଣିବା, କେଉଁ ମନସ୍କାମନା ପୂରଣ ପାଇଁ କେଉଁ ବ୍ରତ କରିବା ଆବଶ୍ୟକ।

  • ହିନ୍ଦୁ ଧର୍ମ ଅନୁସାରେ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ବ୍ରତ ହେଉଛି, ଏକାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ଓ ନବରାତ୍ରୀ। ଏକାଦଶୀ ବ୍ରତ ଦ୍ୱାରା ମନରେ ସ୍ଥିରତା ଆସେ। ଏହା ସହ ଧନ ଓ ଆରୋଗ୍ୟପ୍ରାପ୍ତି ବି ହୋଇଥାଏ।
  • ପୂର୍ଣ୍ଣିମା ଓ ଅମାବାସ୍ୟ ବ୍ରତ କରିବା ଦ୍ୱାରା ଦୁଶ୍ଚିନ୍ତା ଦୂର ହୋଇଥାଏ। ନବରାତ୍ରୀ ବ୍ରତ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବା ସହ ଶରୀର ସୁସ୍ଥ ରହିଥାଏ।
  • ଧନ ଓ ସମୃଦ୍ଧି ପାଇଁ ଶୁକ୍ରବାର ବ୍ରତ ରଖିବା ସହ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହି ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ସହ ଲୁଣ ଓ ଖଟା ଖା’ନ୍ତୁ।
  • ମନପସନ୍ଦର ଜୀବନ ସାଥୀ ପାଇବା ପାଇଁ ସୋମବାର ବ୍ରତ ରଖିବା ସହ ଶିବ-ପାର୍ବତୀଙ୍କୁ ପୂଜା କରନ୍ତୁ। ଶିବ ଲିଙ୍ଗ ଉପରେ ବେଲ ପତ୍ର ଓ ଜଳ ଅର୍ପଣ କରିବା ସହ ପାର୍ବତୀ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ।
  • ଅନ୍ୟ ସମସ୍ତ ମନସ୍କାମନା ପୂରଣ ପାଇଁ ଏକାଦଶୀ ବ୍ରତ କରିବା ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଏହା ସହ ବିଷ୍ଣୁ ସହସ୍ର ନାମ ଓ ଶ୍ରୀମଦ୍‌ ଭାଗବତ୍‌ ଗୀତା ପାଠ କରନ୍ତୁ।


from Odisha Reporter http://bit.ly/2FI21NG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages