
ଦୁବାଇ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଆନ୍ଦିଲେ ଫେଲୁକାଓଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟ ଦେବା ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ଫେଳୁକାଓଙ୍କୁ ‘ଆବେ କାଳିଆ’ ବୋଲି ସମ୍ବୋଧନ କରିଥିବାରୁ କ୍ଷମା ମାଗିଥିଲେ।
କିନ୍ତୁ ଏହି କ୍ଷମା ପ୍ରାର୍ଥନା ଆଇସିସିକୁ ସନ୍ତୁଷ୍ଟ କରିପାରି ନାହିଁ। ଫଳରେ ସର୍ଫରାଜଙ୍କୁ ଆସନ୍ତା ୪ଟି ମ୍ୟାଚ୍ରୁ ଆଇସିସି ବାସନ୍ଦ କରିଛି। ଏହି ବାସନ୍ଦ ଯୋଗୁ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ସର୍ଫରାଜ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ସୋଏବ ମାଲିକ ଦଳର ନେତୃତ୍ୱ ନେବେ।
ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, “ସର୍ଫରାଜ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ୱିକେଟ୍ କିପିଂ କରୁଥିବା ବେଳେ ଫେଲୁକାଓଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟବାଦୀ ମନ୍ତବ୍ୟ ଦେଇଥିଲେ।
ପରବର୍ତ୍ତୀ ଅବସ୍ଥାରେ ସର୍ଫରାଜ ଆଇସିସିର ଅଣ ବର୍ଣ୍ଣ ବୈଷମ୍ୟ ନୀତିକୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଥିଲେ। ତେଣୁ ତାଙ୍କ ବିରୋଧରେ ଏଭଳି ଦଣ୍ଡିବିଧାନ କରାଯାଇଛି।”
ଫେଲୁକାଓ ବ୍ୟାଟିଂ କରୁଥିବା ବେଳେ ୱିକେଟ୍ ପଛରେ ରହି ସର୍ଫରାଜ ତାଙ୍କୁ ଅତ୍ୟନ୍ତ ଅସଭ୍ୟ ଭାଷାରେ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକ୍ ଦ୍ୱାରା ଏହା ରେକର୍ଡ ମଧ୍ୟ ହୋଇଥିଲା। ରେକର୍ଡିଂ ଅନୁଯାୟୀ, ସର୍ଫରାଜ କହୁଛନ୍ତି “ଆବେ କାଳିଆ, ଆଜି ତୋ ମା’ କୋଉଠି ବସିଛନ୍ତି? ଆଜି କ୍ରିଜରେ ତିଷ୍ଠି ରହିବାକୁ ତୁ ମା’ଙ୍କୁ କି ପ୍ରାର୍ଥନା କରିବାକୁ କହିଛୁ?”
from Odisha Reporter http://bit.ly/2RhDVf9
No comments:
Post a Comment