
ନୂଆଦିଲ୍ଲୀ: ଭାରତୀୟ ଲଳନା ତଥା ଷ୍ଟାର ଶଟଲର ସାଇନା ନେହ୍ୱାଲ ଇଣ୍ଡୋନେସିଆ ମାଷ୍ଟର୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲ୍ରେ ସାଇନାଙ୍କ ମୁକାବିଲା କରୁଥିବା ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା କାରୋଲିନା ମାରିନ୍ଙ୍କ ସହ ହୋଇଥିଲା। ତେବେ ମାରିନ୍ ପ୍ରଥମ ସେଟ୍ ଅଧାରୁ ହିଁ ଆହତ ହୋଇଯିବା କାରଣରୁ ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ।
ଫଳରେ ସାଇନାଙ୍କୁ ଚାମ୍ପିୟନ ଘୋଷଣା କରାଯାଇଥିଲା। ମାରିନ୍ ଆହତ ହେବା ବେଳକୁ ଫାଇନାଲ୍ ମୁକାବିଲାର ପ୍ରଥମ ୧୦-୪ ରହିଥିଲା। ଅର୍ଥାତ ମାରିନ୍ ୧୦ ପଏଣ୍ଟ ପାଇଥିବା ବେଳେ ସାଇନା ୪ ପଏଣ୍ଟ ପାଇଥିଲେ।
ପ୍ରଥମ ସେଟ୍ର ସ୍ଥିତି ୯-୩ ଥିବା ବେଳେ ମାରିନ୍ ପ୍ରତିପକ୍ଷ ସାଇନାଙ୍କ ଏକ ଶଟ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ତେବେ ସେ ମ୍ୟାଚ୍ ଖେଳିବାକୁ ଆଗେଇ ଆସିଥିଲେ।
କିନ୍ତୁ ସ୍ଥିତି ୧୦-୪ ହେବା ବେଳକୁ ମାରିନ୍ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ ମ୍ୟାଚ୍କୁ ବନ୍ଦ କରାଯାଇଥିଲା।
ସାଇନା ଗତଥର ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ରନର୍ସଅପ୍ ହୋଇଥିଲେ।
from Odisha Reporter http://bit.ly/2B8sSj1
No comments:
Post a Comment