“କେବଳ ସୁନ୍ଦର ମୁହଁଟିଏ ବ୍ୟତୀତ ପ୍ରିୟଙ୍କାଙ୍କର ସେମିତି କିଛି ପ୍ରତିଭା ନାହିଁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

“କେବଳ ସୁନ୍ଦର ମୁହଁଟିଏ ବ୍ୟତୀତ ପ୍ରିୟଙ୍କାଙ୍କର ସେମିତି କିଛି ପ୍ରତିଭା ନାହିଁ”

ପାଟନା:ପ୍ରିୟଙ୍କାଙ୍କ ରାଜନୀତିରେ ସକ୍ରିୟ ଭାବରେ ଯୋଗଦେବାକୁ ନେଇ ପୁଣି ଆସିଛି ବିବାଦୀୟ ମନ୍ତବ୍ୟ। ଏଥର ବିହାରର ଜଣେ ମନ୍ତ୍ରୀ ବିନୟ କୁମାର ଝା ଏଭଳି ବନ୍ତବ୍ୟ ଦେଇଛନ୍ତି।

ଝା କହିଛନ୍ତି, “କେବଳ ସୁନ୍ଦର ମୁହଁଟିଏ ଦେଖି କେହି ଭୋଟ୍ ଦେବେନି। ସେ ଜମି ଦୁର୍ନୀତି ଏବଂ ଅନ୍ୟ କିଛି ମାମଲାର ଅଭିଯୁକ୍ତ ଥିବା ରବର୍ଟ ଭଦ୍ରାଙ୍କ ପତ୍ନୀ। ସେ ବହୁତ ସୁନ୍ଦର କିନ୍ତୁ ନା ରାଜୀନତିରେ ତାଙ୍କର କିଛି ସଫଳତା ଅଛି, ନା କିଛି ଦକ୍ଷତା ଅଛି।”

ଝା ଜଣେ ବିଜେପି ନେତା ଏବଂ ବର୍ତ୍ତମାନ ବିହାରରେ ପିଏଚ୍ଇଡି ମନ୍ତ୍ରୀ ଅଛନ୍ତି।

ଗତ କିଛି ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ସାଂଗଠନିକ ପରିବର୍ତ୍ତନ କରିଥିଲେ। ଏହି ଅବସରରେ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଥମ ଥର ପାଇଁ ଏକ ରାଜନୀତିକ ପଦବୀ ଦିଆଯାଇଥିଲା। ପୂର୍ବ ଉତ୍ତରପ୍ରଦେଶ ପାଇଁ ମାହା ସଚିବ ନିଯୁକ୍ତି ଦିଆଯାଇଥିଲା।

ପ୍ରିୟଙ୍କା ରାଜନୀତିକୁ ଆସିବା ନେଇ ତାଙ୍କ ଦଳର କର୍ମୀମାନେ ଉତ୍ସାହିତ ଥିଲାବେଳେ ଏହାକୁ ନେଇ ବିଭିନ୍ନ ଦିଗରୁ ମିଶ୍ରିତ ପ୍ରତିକ୍ରିୟା ଆସୁଛି। କିଛି ଜଣ ପ୍ରିୟଙ୍କାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା ଇନ୍ଦିରା ଗାନ୍ଧିଙ୍କ ସହ ତୁଳନା କରିବା ସହିତ ତୁଳନା କରୁଛନ୍ତି। ତେବେ ତାଙ୍କୁ କଂଗ୍ରେସ ପୂର୍ବରୁ ସାମ୍ନାକୁ ଆଣିବାକୁ ପ୍ରୟାସ କରିବା ସମୟରେ ସମସ୍ୟା ସୃଷ୍ଟି କରିଆସୁଥିଲା ରବର୍ଟ ଭଦ୍ରା ପ୍ରସଙ୍ଗ।

ଏତଦ୍‌ବ୍ୟତୀତ ବଂଶବାଦ ରାଜନୀତିକୁ ନେଇ ବିରୋଧୀ କଂଗ୍ରେସକୁ ଘେରିଆସୁଛନ୍ତି। ଆରମ୍ଭରୁ ଗାନ୍ଧି ପରିବାର ଭିତରେ ହିଁ ଏହି ଦଳର ନିୟନ୍ତ୍ରଣ ରହିବାକୁ ବେଶ୍‌ କିଛି ଲୋକ ସମାଲୋଚନା କରୁଛନ୍ତି। ଏହା ସତ ମଧ୍ୟ ପ୍ରମାଣିତ ହୋଇଛି। କାରଣ ପ୍ରିୟଙ୍କା ଦାୟିତ୍ୱ ନେବାର ସପ୍ତାହେ ପୂରିନି କିନ୍ତୁ ତାଙ୍କ ସହିତ ଉତ୍ତରପ୍ରଦେଶ ପାଇଁ ଦାୟିତ୍ୱ ନେବାକୁ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ନିଯୁକ୍ତି ପାଇଁ ପ୍ରିୟଙ୍କାଙ୍କୁ ଧନ୍ୟବାଦ ଦେବାରୁ ଏକ ନୂଆ ବାର୍ତ୍ତା ସ୍ପଷ୍ଟ ହୋଇସାରିଛି। ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ବଡ଼ ଭୂମିକା ନେଇଥିବା ସିନ୍ଧିଆଙ୍କଠାରୁ ପ୍ରିୟଙ୍କାଙ୍କ ଗୁରୁତ୍ୱ ଅଧିକ, କେବଳ ଗାନ୍ଧି ସାଙ୍ଗିଆ ପାଇଁ।



from Odisha Reporter http://bit.ly/2MuvbBq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages