ଫେରିବାପରେ ୫ ଜଣ ଅଧିକାରୀଙ୍କ ବଦଳି କଲେ ଆଲୋକ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଫେରିବାପରେ ୫ ଜଣ ଅଧିକାରୀଙ୍କ ବଦଳି କଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ଦାୟିତ୍ୱକୁ ଫେରୁ ଫେରୁ ବଦଳି ପର୍ବ ଆରମ୍ଭ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା। ପୂର୍ବରୁ ୧୦ ଜଣ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାପରେ ଆଜି ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତିଅଧିଆ ଛୁଟିରେ ପଠାଇବାକୁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ରାୟ ଦେବା ଅବସରରେ ସୁପ୍ରିମ୍‌କୋର୍ଟ କହିଥିଲେ , ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେଇପାରିବେନାହିଁ। କେବଳ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବା ତାଙ୍କ ପ୍ରତିନିଧି ଏବଂ ସର୍ବବୃହତ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ହିଁ ତାଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯିବା ଉପରେ ନିଷ୍ପତ୍ତି ନେଇପାରିବେ।

ଆଜି ବର୍ମା ଯେଉଁ ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେମାନେ ହେଲେ ଯୁଗ୍ମ ନିର୍ଦ୍ଦେଶକ ଅଜୟ ଭଟନାଗର, ଡେପୁଟି ଇନ୍ସପେକ୍ଟର ଜେନେରାଲ ଏମ୍‌କେ ସିହ୍ନା, ଡେପୁଟୀ ଇନ୍ସପେକ୍ଟର ଜେନେରାଲ ତରୁଣ ଗୌବା, ଯୁଗ୍ମ ନିର୍ଦ୍ଦେଶକ ମୁରୁଗେଶନ୍‌ ଏବଂ ଅତିରିକ୍ତ ନିର୍ଦ୍ଦେଶକ ଏକେ ଶର୍ମା।



from Odisha Reporter http://bit.ly/2sljyDE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages