କ୍ୟାମେରାମ୍ୟାନ୍‌ ସାଜିଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

କ୍ୟାମେରାମ୍ୟାନ୍‌ ସାଜିଲେ ରୋହିତ ଶର୍ମା, ଦେଖନ୍ତୁ ଭିଡିଓ

ହାମିଲଟନ୍‌: ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୪ର୍ଥ ଦିନିକିଆ ଖେଳାଯିବ। ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଘରୋଇ ଦଳ ବିପକ୍ଷ ଦୁଇଟି ଦିନିକିଆର ନେତୃତ୍ୱ ନେବେ। ତେବେ ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ କ୍ୟାମେରାମ୍ୟାନ୍‌ ଅବତାରରେ ଦେଖିବାକୁ ମିଳିଛି।

ସେ ଟିମ୍‌ର ଯୁବ ଖେଳାଳିଙ୍କ ସହ କିଛି ସମୟ ବିତାଇଛନ୍ତି। ଏଥିସହ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲଙ୍କ ଚାଟ୍‌ ଶୋ’ରେ କ୍ୟାମେରାମ୍ୟାନ୍‌ ସାଜିଛନ୍ତି। ଚହଲଙ୍କ ଏହି ଶୋ’ରେ ଶୁଭମନ ଗିଲ୍‌ ନିଜ ଫିଟ୍‌ନେସ୍‌ ଓ ଟିମ୍‌ ଇଣ୍ଡିଆରେ ତାଙ୍କୁ କେମିତି ସ୍ୱାଗତ କରାଯାଇଥିଲା, ସେ ସମ୍ପର୍କରେ ମତ ଦେଇଛନ୍ତି।

ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ କୁଲଦୀପ ଯାଦବ ଓ ଖଲୀଲ ଅହମ୍ମଦ ମଧ୍ୟ ରହିଛନ୍ତି। ଏମାନେ ସମସ୍ତେ ଚହଲ ଟିଭିରେ ନିଜ ମତ ରଖିଛନ୍ତି। ବିସିସିଆଇ ଏହି ସାକ୍ଷାତକାରର ଶୁଟିଂ ରୋହିତ ଶର୍ମା କରିଥିବା ଟ୍ୱିଟ୍‌ କରିଛି।

ଭିଡିଓରେ ୧୯ ବର୍ଷୀୟ ଗିଲ କହିଛନ୍ତି,“ଆମେ ସମସ୍ତେ ନିଜକୁ ଫିଟ୍‌ ରଖିବାକୁ ନିୟମିତ ରୁଟିନ୍‌ର ଅନୁସରଣ କରୁ। ଆମ ଟ୍ରେନିଂ ବର୍ତ୍ତମାନ ସୁଦ୍ଧା ବେଶ ଉଚ୍ଚକୋଟୀର ରହିଛି। ମୁଁ ଯେତେବେଳେ ଟିମ୍‌କୁ ଆସିଲି, ସମସ୍ତେ ମୋତେ ସ୍ୱାଗତ କରିଥିଲେ। ଏହା ବେଶ ଆନନ୍ଦଦାୟକ ରହିଥିଲା।”

କୁଲଦୀପ ମଧ୍ୟ ନିଜ ସମ୍ପର୍କରେ ମତ ରଖିଥିଲେ। ଶେଷରେ ରୋହିତ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ଗିଲ୍‌ ଟ୍ୱିଟରରେ ପୋଷ୍ଟ କରିଛନ୍ତି।



from Odisha Reporter http://bit.ly/2sVB5mj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages