କ୍ରିକେଟ୍ ଅଷ୍ଟ୍ରେଲିଆ ଉପରେ ବର୍ଷିଲେ ଗାଭାସ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 19, 2019

କ୍ରିକେଟ୍ ଅଷ୍ଟ୍ରେଲିଆ ଉପରେ ବର୍ଷିଲେ ଗାଭାସ୍କର

gavaskar

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଭାରତ ପ୍ରଥମ ଥର ପାଇଁ ଦିନିକିଆରେ ଦ୍ୱିପାକ୍ଷିକ ସିରିଜ୍ ଜିତିଛି। ଗତକାଲି ଶେଷ ମ୍ୟାଚ୍ ଜିତିବା ସହିତ ଭାରତୀୟ ଟିମ୍ ୨-୧ରେ ସିରିଜ୍ ଜିତିଥିଲା। ଏହା ପରେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଆଡାମ୍ ଗିଲଖ୍ରୀଷ୍ଟ୍ ବିଜୟୀ ଟିମ୍‌କୁ ଟ୍ରଫି ପ୍ରଦାନ କରିଥିଲେ। ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ଟିମ୍‌କୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯାଇ ନଥିବାରୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, ଆୟୋଜକ (କ୍ରିକେଟ୍ ଅଷ୍ଟ୍ରେଲିଆ) ପ୍ରସାରଣ ଅଧିକାରରୁ ବହୁତ ଅର୍ଥ ଆୟ କରିଛି। ସେଥିରୁ ସେମାନେ ଖେଳାଳିଙ୍କୁ କାହିଁକି ପୁରସ୍କାର ରାଶି ଦେବେ ନାହିଁ? କାରଣ ଏହି ଖେଳରୁ ଏତେ ଅର୍ଥ ମିଳିବା ପଛରେ ଖେଳାଳିଙ୍କ ବଡ଼ ହାତ ରହିଛି।”

ଗାଭାସ୍କର କହିଛନ୍ତି,“ୱିମ୍ବିଲଡନ୍‌କୁ ଦେଖନ୍ତୁ। ଏଥିରେ ଖେଳାଳିଙ୍କ ଯୋଗୁ ବହୁ ଅର୍ଥ ମିଳିଥାଏ। ତେଣୁ ଖେଳାଳିଙ୍କୁ ବି ଭଲ ପରିମାଣରେ ଅର୍ଥ ଦିଆଯାଏ। ୨୦୧୮ରେ ଯେଉଁମାନେ ପ୍ରଥମ ରାଉଣ୍ଡରେ ବାହାରି ଯାଇଥିଲେ ସେମାନେ ବି ୩୬ ଲକ୍ଷ ଟଙ୍କା ପାଇଥିଲେ।”

ଗତକାଲି ମହେନ୍ଦ୍ର ସିଂହ ଧୋନି ‘ମ୍ୟାନ୍ ଅଫ୍ ଦ ସିରିଜ୍‌’ ଓ ୟୁଜଭେନ୍ଦ୍ର ଚହଲଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ରାଶି ବାବଦକୁ ଉଭୟଙ୍କୁ ୩୫ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା। ସେମାନେ ଏ ଅର୍ଥକୁ ଏକ ଚ୍ୟାରିଟି ସଂସ୍ଥାକୁ ଦାନ କରି ଦେଇଥିଲେ। ଏହାକୁ ନେଇ ମଧ୍ୟ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“୩୫ ହଜାର ଟଙ୍କା କେତେ କି? ଅତି ଲଜ୍ଜାଜନକ କଥା ଯେ ଟିମ୍‌କୁ ଖାଲି ଟ୍ରଫି ଧରାଇ ଦେଲେ।”



from Odisha Reporter http://bit.ly/2sBw4Py

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages