ଶାମିଙ୍କ ଇଂରାଜୀ ଶୁଣି ନ୍ୟୁଜିଲ୍ୟାଣ୍ଡ ଭାଷ୍ୟକାର କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଶାମିଙ୍କ ଇଂରାଜୀ ଶୁଣି ନ୍ୟୁଜିଲ୍ୟାଣ୍ଡ ଭାଷ୍ୟକାର କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ

ମାଉଣ୍ଟ ମାଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆକୁ ଭାରତ ୭ ୱିକେଟ୍‌ରେ ଜିତି ଦୀର୍ଘ ୫ଟିକିଆ ସିରିଜ୍‌କୁ ୩-୦ରେ ଆଗୁଆ ଦଖଲ କରି ନେଇଛି। ଏହି ମ୍ୟାଚ୍‌ରେ ୪୧ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମ୍ୟାନ୍‌ ଅଫ୍‌ ଦି ପୁରସ୍କାର ମିଳିଥିଲା। ତେବେ ଶାମି ଠିକ୍‌ ଭାବେ ଇଂରାଜୀ କହି ପାରୁ ନଥିବାରୁ ତାଙ୍କ କଥାକୁ ଟ୍ରାନ୍ସଲେଟ୍‌ କରିବା ପାଇଁ ବିରାଟ୍‌କୁ ଡକା ଯାଇଥିଲା।

ମ୍ୟାନ୍‌ ଅଫ୍‌ ଦି ପୁରସ୍କାର ଦେଉଥିବା ସାଇମନ୍‌ ଡୁଲ ପ୍ରଥମେ ଶାମିଙ୍କୁ ନିଜର ପ୍ରଦର୍ଶନ ସମ୍ପର୍କରେ ଇଂରାଜୀରେ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତର ସେ ହିନ୍ଦୀରେ ଦେବେ ବୋଲି ସମସ୍ତେ ଭାବିଥିଲେ।

କିନ୍ତୁ ଶାମି ବେଶ ଭଲ ଭାବେ ଇଂରାଜୀରେ ଏହାର ଉତ୍ତର ଦେଇଥିଲେ। ଏହା ଶୁଣି ସାଇମନ୍‌ ଡୁଲ ଆଶ୍ଚର୍ଯ୍ୟ ହେବା ସହ “ୟୋର ଇଂଲିଶ ବହତ ଆଚ୍ଛା ହେ” ବୋଲି କହିଥିଲେ। ଏହି ସମୟରେ ଉଭୟ ବିରାଟ୍‌ ଏବଂଶାମି ହସିବା ଆରମ୍ଭ କରିଦେଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2RVqu9O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages