ବାପାଙ୍କ ପାଇଁ ଗୀତଟିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ବାପାଙ୍କ ପାଇଁ ଗୀତଟିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଇଣ୍ଡିଆନ୍‌ ଆଇଡଲ୍‌’ ଫେମ୍‌ ବିଶ୍ୱଜିତ୍‌ ତରଙ୍ଗ ସିନେ ପ୍ରଡକ୍ସନ୍‌ସ୍‌ର ନୂଆ ଓଡ଼ିଆ ପିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’ରେ କଣ୍ଠଦାନ କରିଛନ୍ତି। ‘ମିସ୍‌ ୟୁ ପାପା’ ଶୀର୍ଷକରେ ସେ ଏକ ଇମୋସନାଲ୍‌ ଟ୍ରାକ୍‌ ଗାଇଛନ୍ତି।

ଏହି ଗୀତଟି ବାପା ଏବଂ ପୁଅ ଭିତରେ ଥିବା ଇମୋସନାଲ୍‌ ଫିଲିଙ୍ଗ୍‌ସ୍‌ ଓ ନିବିଡ଼ତା ଉପରେ ଆଧାରିତ। କଣ୍ଠଶିଳ୍ପୀ ବିଶ୍ୱଜିତ୍‌ ମଧ୍ୟ ନିଜେ ପ୍ରଫେସନାଲ୍‌ ବ୍ୟସ୍ତତା ଯୋଗୁ ବାପାଙ୍କ ସହ ରୀତିମତ ଦେଖା କରିପାରିବାର ସୁଯୋଗ ପାଉ ନ ଥିବାରୁ ଏହି ଗୀତଟି ଗାଇବା ବେଳେ ବେଶ୍ ଭାବପ୍ରବଣ ହୋଇ ପଡ଼ିଥିଲେ ବୋଲି କହିଛନ୍ତି। ଗୀତଟି ଗାଇ ସାରିବା ପରେ ଏହାକୁ ସେ ତାଙ୍କ ବାପାଙ୍କୁ ଡେଡିକେଟ୍‌ କରିଛନ୍ତି।

ରିୟାଲିଟି ଶୋ’ରେ ନିଜ ଅନୁଭୂତି ସମ୍ପର୍କରେ ବିଶ୍ୱଜିତ୍‌ କହିଛନ୍ତି ଯେ ‘ଇଣ୍ଡିଆନ୍‌ ଆଇଡଲ୍‌’ରୁ ସେ ସଙ୍ଗୀତ କ୍ଷେତ୍ରରେ ଅନେକ କିଛି ଶିଖିବାକୁ ପାଇଛନ୍ତି। ନିଜ କ୍ୟାରିଅରରେ ଏ ସବୁକୁ ସେ ପ୍ରୟୋଗ କରିବେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ଫିଲ୍ମ ‘ଚାଲ୍‌ ଟିକେ ଦୁଷ୍ଟ ହେବା’ ନୂଆବର୍ଷରେ ରିଲିଜ୍‌ ହୋଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିଛନ୍ତି।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।



from Odisha Reporter http://bit.ly/2ViZyPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages