
ନୂଆଦିଲ୍ଲୀ: ଘରୋଇ ଏଫ୍ଏମ୍ ଷ୍ଟେସନ୍ଗୁଡ଼ିକ ଖବର ପ୍ରସାରଣ କରିବା ନେଇ ଲାଗିଥିବା କଟକଣାରେ ଏକ ପ୍ରକାର କୋହଳା ଅଣାଯିବାପରେ ଏହି ପ୍ଲାଟଫର୍ମରେ ମଧ୍ୟ ଏବେ ଖବର ପ୍ରସାରଣ ହୋଇପାରିବ। କିନ୍ତୁ କେବଳ ଅଲ୍ ଇଣ୍ଡିଆ ରେଡିଓର ନ୍ୟୁଜ୍ ବୁଲେଟିନ୍ ସେମାନେ ପ୍ରସାରଣ କରିବେ ବୋଲି ଜଣାଯାଇଛି, ଯାହାକୁ ସରକାରଙ୍କ ପକ୍ଷରୁ ଏକ ସଶକ୍ତିକରଣ ପଦକ୍ଷେପ ବୋଲି କୁହାଯାଇଛି।
ମେ ମାସ ୩୧ ଯାଏ ପରୀକ୍ଷାମୂଳକଭାବରେ ଆରମ୍ଭ ହେବାକୁ ଥିବା ଏହି ପ୍ରୟାସ ଦେୟମୁକ୍ତ ରହିବ ବୋଲି ଜଣାଯାଇଛି। ଏଫ୍ଏମ୍ ଷ୍ଟେସନ୍ମାନେ ଏୟାର୍ର ହିନ୍ଦୀ ଓ ଇଂରାଜୀ ବୁଲେଟିନ୍ ପ୍ରସାରଣ କରିପାରିବେ ଏବଂ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ ହେବ। ଏଥିପାଇଁ ଏଫ୍ଏମ୍ମାନଙ୍କୁ ଏୟାର୍ର ନ୍ୟୁଜ୍ ସର୍ଭିସ୍ ଷ୍ଟେସନ୍ରେ ପଞ୍ଜୀକରଣ କରିବାକୁ ହେବ।
ଏଥିରେ ରହିଥିବା ବିଭିନ୍ନ ସର୍ତ୍ତ ମଧ୍ୟରୁ ଗୋଟିଏ ରହିଛି ଯେ, ଏହି ବୁଲେଟିନ୍କୁ ସମ୍ପୂର୍ଣ୍ଣ ବଜାଇବାକୁ ହେବ। ଏତଦ୍ବ୍ୟତୀତ ଏୟାରକୁ କ୍ରେଡିଟ୍ ଦେବାକୁ ହେବ। ଅନ୍ୟ ସମସ୍ତ ବ୍ୟବସାୟିକ ସର୍ତ୍ତ ମଧ୍ୟ ରହିବ।
ଏୟାର୍ର ପ୍ରସାରଣ ସମୟରେ ସିଧାପ୍ରସାରଣ ହୋଇପାରିବ କିମ୍ବା ଡେଫର୍ଡ ଲାଇଭ୍ ବା କାର୍ଯ୍ୟକ୍ରମର କିଛି ସମୟପରେ ମଧ୍ୟ ପ୍ରସାରଣ କରିହେବ।
ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି। ଦେଶର ସମସ୍ତ ରେଡିଓ ଷ୍ଟେସନ୍ ଏକାଠି ହୋଇ ଜନସାଧାରଣଙ୍କୁ ସଚେତନ କରାନ୍ତୁ, ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2H0vPaU
No comments:
Post a Comment