ଭାରତ ଉତ୍‌କ୍ଷେପଣ କଲା ବିଶ୍ୱର ସବୁଠାରୁ ଛୋଟ ସାଟେଲାଇଟ୍‌ ‘କଲାମସାଟ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଭାରତ ଉତ୍‌କ୍ଷେପଣ କଲା ବିଶ୍ୱର ସବୁଠାରୁ ଛୋଟ ସାଟେଲାଇଟ୍‌ ‘କଲାମସାଟ୍’

ନୂଆଦିଲ୍ଲୀ: ମହାକାଶକୁ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍‌ ସାଟେଲାଇଟ୍ ପଠାଇଛି ଇସ୍ରୋ। ଏହି ସାଟେଲାଇଟର ନାଁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ନାଁରେ ‘କଲାମସାଟ୍’ ରଖାଯାଇଛି।

ଶ୍ରୀହରିକୋଟାର ସତିଶଧାଓ୍ୱନ ସ୍ପେସ୍‌ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ PSLV-C44 ଜରିଆରେ ଏହି ସାଟେଲାଇଟ୍‌ ପ୍ରେରଣ କରାଯାଇଛି। ଗୁରୁବାର ରାତି ୧୧ଟା ୩୭ ମିନିଟରେ PSLV-C44 ସହାୟତାରେ ମହାକାଶରେ ଅବସ୍ଥାପିତ କରାଯାଇଛି।

ଏହି ସାଟେଲାଇଟ୍‌କୁ ଚେନ୍ନାଇର ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି। ଏଥିସହ ୭୪୦କେଜି ବିଶିଷ୍ଟ ମାଇକ୍ରୋସାଟ୍ -ଆର ସାଟେଲାଇଟ୍‌ର ଉତ୍‌କ୍ଷେପଣ କରାଯାଇଛି। ଶତ୍ରୁପକ୍ଷର ରାଡାରକୁ ଧ୍ୱଂସ କରିବାକୁ ଏହା ସକ୍ଷମ ହେବ।

ଇସ୍ରୋର ଏହି ସଫଳତା ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଛାତ୍ରଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଉପଗ୍ରହ ଲଞ୍ଚ ହେବା ଭାରତ ପାଇଁ ଗର୍ବର ବିଷୟ।”

ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବାନ ଛାତ୍ରଛାତ୍ରୀମାନଙ୍କୁ ନୂତନ ସାଟେଲାଇଟ୍ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି। ଉକ୍ତ ସାଟେଲାଇଟ ଇସ୍ରୋ ଦ୍ୱାରା ଉତ୍‌କ୍ଷେପଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter http://bit.ly/2UiXoOr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages