ବାପାଙ୍କ ରିଟାୟାରମେଣ୍ଟ ପଇସା ହାତେଇଲେ, ମା’କୁ ହସ୍ପିଟାଲରେ ଛାଡ଼ି ଚମ୍ପଟ୍‌ ମାରିଲେ ଯୋଗଜନ୍ମା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ବାପାଙ୍କ ରିଟାୟାରମେଣ୍ଟ ପଇସା ହାତେଇଲେ, ମା’କୁ ହସ୍ପିଟାଲରେ ଛାଡ଼ି ଚମ୍ପଟ୍‌ ମାରିଲେ ଯୋଗଜନ୍ମା ପୁଅ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଧନ୍ୟ କହିବ ସେ ଯୋଗଜନ୍ମା ପୁଅକୁ। ବାପାଙ୍କ ରିଟାୟାରମେଣ୍ଟ ପଇସା ହାତେଇ ଘରଦ୍ୱାର କିଣିଲା। ଲୋକେ କାଳେ କ’ଣ କହିବେ ବୋଲି ମା’କୁ ପାଖରେ ରଖି ଦୟା କଲା। ହେଲେ ଦୟାପରବଶ ଗୁଣ ବେଶି ଦିନ ରହିଲାନି। ପାଖରେ ଥିବା ମା’ କଣ୍ଟା ହେଲା ବୋଲି ହସ୍ପିଟାଲରେ ଛାଡ଼ି ଚମ୍ପଟ ମାରିଲା ପୁଅ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ୮଼୭ ବର୍ଷର ଜଣେ ମହିଳାଙ୍କ ଅବସ୍ଥା ଦେଖିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚରାଉଚରା ପରେ ଘଟଣା ଏବେ ପଦାକୁ ଆସିଛି।

ପୂରା ଘଟଣା ଏମିତି

୬ ଦିନ ତଳେ ଜଣେ ବୃଦ୍ଧାଙ୍କୁ ନୋଏଡାସ୍ଥିତ କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ଧରି ଜ୍ୱର ଓ କାଶ ବନ୍ଦ ହେଉ ନ ଥିବାରୁ ପୀଡିତା ବୃଦ୍ଧାଙ୍କ ପୁଅ ତାଙ୍କୁ ଏହି ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ହେଲେ ୬ ଦିନ ବିତିଯିବା ପରେ ମଧ୍ୟ ସମ୍ପୃକ୍ତା ମହିଳାଙ୍କୁ ନା କେହି ଯୋଗାଯୋଗ କରିବାକୁ ଆସିଲେ ନା କେହି ନେବାକୁ । ବୃଦ୍ଧା ଜଣକ ବିଚଳିତ ହୋଇ କାନ୍ଦିବାକୁ ଲାଗିଲେ। ଏହା ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ୍‌ ସହଯୋଗ ଲୋଡିଥିଲେ। ପୁଲିସ୍‌ ସହ ଯୋଗାଯୋଗ କରିବା ପରେ ମହିଳାଙ୍କ ଝିଅଙ୍କୁ ଫୋନ୍‌ଯୋଗେ ଏ ବାବଦରେ ଜଣାଇ ଦିଆଯିବା ପରେ ସେ ଆସି ନିଜ ମା’ଙ୍କୁ ନେଇ ଯାଇଥିଲେ।

କିଏ ଏହି ମହିଳା 

ପ୍ରତିରକ୍ଷା ମନ୍ତ୍ରାଳୟରେ କାମ କରୁଥିବା ଅବସରପ୍ରାପ୍ତ ଅନୁ ସଚିବ ସତ୍ୟପ୍ରକାଶଙ୍କ ପତ୍ନୀ ହେଉଛନ୍ତି ପୀଡିତା ବୃଦ୍ଧା। ପୁଲିସ୍‌ ତାଙ୍କୁ ପଚରାଉଚରା କରିବା ପରେ ଜାଣିବାକୁ ପାଇଛି ଯେ, ବୃଦ୍ଧାଙ୍କ ନାଁ ଉର୍ମିଲା ଗର୍ଗ। ଉର୍ମିଲା ନିଜ ପରିବାର ସହ ନୋଏଡାରେ ରହୁଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଉର୍ମିଳା ପୁଅ ପାଖରେ ରହୁଥିଲେ।  ସତ୍ୟପ୍ରକାଶଙ୍କ ମୃତ୍ୟୁ ପରେ ପୁଅ ରମାକାନ୍ତ ପୁରୁଣା ଘର ଛାଡ଼ି ନୂଆ ଘର କିଣିଲେ ଏବଂ ନିଜ ପରିବାର ଏବଂ ମା’ଙ୍କ ସହ ନୂଆ ଘରକୁ ଚାଲି ଆସିଲେ। ବାପାଙ୍କ ଦେହାନ୍ତ ପରେ ରମାକାନ୍ତ ମାଆଙ୍କ ପେନ୍‌ସନ୍‌ ଟଙ୍କା ଏବଂ ଫିକ୍ସଡ ଡିପୋଜିଟ୍‌ ଟଙ୍କାକୁ ମଧ୍ୟ କବ୍‌ଜା କରି ନେଇଥିଲେ।

ଉର୍ମିଳାଙ୍କ କହିବା ଅନୁଯାୟୀ, ନୂଆ ଘରକୁ ଯିବାପରେ ରମାକାନ୍ତଙ୍କ ବ୍ୟବହାର ବଦଳି ଯାଇଥିଲା।  ସେ ତାଙ୍କୁ ଅଧିକାଂଶ ସମୟ ଭୋକିଲା ରଖୁଥିଲେ। ଏଥିସହ କେବେକେବେ ଘରଛାଡ଼ି ଚାଲିଯିବାକୁ ମଧ୍ୟ କହୁଥିଲେ।ଜ୍ୱର ଏବଂ କାଶ ହେବାରୁ ୨୧ଡିସେମ୍ବର ୨୦୧୮ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅନେକ ଚେଷ୍ଟା ପରେ ଯେତେବେଳେ ରମାକାନ୍ତଙ୍କ ସହ ଯୋଗାଯୋଗ ହେଲା ସେତେବେଳେ ସେ ମା’ଙ୍କୁ ନିଜ ପାଖକୁ ନେବାକୁ ମନା କରିଦେଇଥିଲେ।



from Odisha Reporter http://bit.ly/2MoLTlT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages